ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ହତ୍ୟା ଧମକ,ଥାନରେ ରେ ଏତେଲା..

ଛତ୍ରପୁର //ରମ୍ଭା : ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ନିମନ୍ତେ ସରକାର ଙ୍କ ବିଭିନ୍ନ ଯୋଜନା ମାନ ରହିଅଛି l ଯାହାକୁ ନେଇ ସେମାନେ ଉକ୍ତ ଯୋଜନାକୁ ଆଧାର କରି ସମାଜର ମୁଖ୍ୟ ସ୍ରୋତ ରେ ନିଜକୁ ସାମିଲ କରିବା ପାଇଁ ପ୍ରୟାସ କରିଥାନ୍ତି l ହେଲେ ବେଳେ ବେଳେ ସମାଜରେ ଉକ୍ତ ବ୍ୟକ୍ତି ମାନେ ଦୁବୃତ୍ତ ମାନଙ୍କ ଆକ୍ରୋଶର ଶିକାର ହୋଇ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହୋଇଥାନ୍ତି lbରମ୍ଭା ଥାନା ଅଧିନସ୍ଥ,ଗଞ୍ଜାମ ବ୍ଲକ ର ସୁବଳୟା ପାଞ୍ଚାୟତ ର ବାହାଡା ପଲ୍ଲୀ ଗ୍ରାମର ଭିନ୍ନକ୍ଷମ ବରିଷ୍ଟ ନାଗରିକ ବଂଶୀଧର ଦାସ (63)ତାଙ୍କୁ ହାତ୍ୟା ଧମକ ମିଳିଥିବା ନେଇ ତାଙ୍କ ଜାଗା ର ପଡୋଶୀ ବାପା ପୁଅ ଙ୍କ ନାମରେ ରମ୍ଭା ଥାନରେ ଲିଖିତ ଅଭିଯୋଗ କରିଥିବା ଜଣାଅପଡ଼ିଛି l
ତାଙ୍କ ପତ୍ନୀ ଓ ଝିଅକୁ ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଗୋଡ଼ାଇବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିବା ନେଇତାଙ୍କ ଜାଗାର ପଡୋଶୀ ଯୋଗି ନାହାକ ଓ କୃଷ୍ଣ ନାହାକ ଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି l ବିକଳାଙ୍ଗ ବ୍ୟକ୍ତି ବଂଶୀଧର ଙ୍କ ଦୁଇଟି ଯାକ ଗୋଡ଼ ପୋଲିଓ ରୁ କାମ ଦେଇନଥିବା ବେଳେ ସେ ଚାଲିବା ସମ୍ଭବ ହେଉନାହିଁ l ଯାହାକୁନେଇ ସେ ଦୁଇ ହାତରେ ଦୁଇଟି ଆଶା ବାଡ଼ି ସାହାରା ରେ ମଧ୍ୟ ଠିକ ଭାବେ ଚାଲିବା ସମ୍ଭବ ହେଉନାହିଁ l ତଥାପି ସେ ନିଜସ୍ୱ ଅର୍ଥରେ ନିଜର ଜାଗା ରେ ବାଉଣ୍ଡରି ମଧ୍ୟରେ ବୋରୱେଲ କରି ସଶ୍ୟ ଉତ୍ପାଦନ ପାଇଁ ଉଦ୍ୟମ କରି ଦୁଇ ପଇସା ରୋଜଗାର କରି ନିଜ ପରିବାର କୁ ପ୍ରତିପୋଷଣ କରିବାକୁ ଲକ୍ଷ ରଖିଥିବା ବେଳେ ଉକ୍ତ ଜାଗାର ପଡୋଶୀ ଙ୍କ ଆକ୍ରୋଶ ର ଶିକାର ହୋଇଥିବା ଗଣ ମାଧ୍ୟମ କୁ କହିଛନ୍ତି l ତାଙ୍କର ବୋର ମେସିନ କୁ ଭାଙ୍ଗି ଦେବା ସହ ପାଇଖାନା ଓ ପାଚେରୀକୁ ଭାଙ୍ଗି ନଷ୍ଟ କରିଥିବା ଅଭିଯୋଗ ହୋଇଛି l ଯାହା ଫଳରେ ଦେଢ଼ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି l ଅନ୍ୟପଟେ ବିଭିନ୍ନ ସମୟରେ ଗାଳି ଗୁଲଜ କରିବା ସହ ମୋ ପରିବାର କୁ ଭୟଭୀତ କରାଯାଉଥିବା କହିଛନ୍ତି ଭିନ୍ନକ୍ଷମ ବଂଶୀଧର l
ଏନେଇ ରମ୍ଭା ଥାନା ଅଧିକାରୀ ପି. ସ୍ୱରୂପ କିଷନ ଙ୍କୁ ଯୋଗାଯୋଗ କରିବାରେ ଉକ୍ତ ଜାଗାର କାଗଜ ପତ୍ର ନଥିବା ପ୍ରକାଶ କରିଛନ୍ତି l

nis-ad
Leave A Reply

Your email address will not be published.