କୁଆରମୁଣ୍ଡା ଗଣେଶ ମେଟାଲିକ୍ସ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ଛାତିରେ ଲୁହାରଡ ପଶିଗଲା

କୁଆଁରମୁଣ୍ଡା : ରାଏବଗା ଥାନା ଅଣ୍ଡାଳି ପଂଚାୟତ ଅର୍ନ୍ତଗତ ମଝାପଡା ପତ୍ରାଟୋଲି ଗ୍ରାମର ଜନୈକ ଯୁବକ ମାରିୟାନୁସ ସୋରେନ (୩୬ ) ପିତା ଦେଓନିସ ସୋରେନ ଗତକିଛିଦିନ ହେଲା କୁଆଁରମୁଣ୍ଡା ଗଣେଶ ମେଟାଲିକ୍ସ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲା । ଗତକାଲି ସଂଧ୍ୟାରେ କାରଖାନାରେ କାର୍ଯ୍ୟରତ ସମୟରେ ଡାହାଣ ପାଖ ଛାତି ତଳେ ଏକ ଲୁହାରଡ୍ ପଶି ବାମପାଖ ଛାତି ଆରପାର ହୋଇ ଯାଇଥିଲା | ଯୁବକ ଜଣକ ସାହସର ସହିତ ରଡ୍ ଟିକୁ ଟାଣି ବାହାର କରିଦେଇ ଥିଲା । ପାଖରେ କାର୍ଯ୍ୟରତ ଶ୍ରମିକମାନେ କାରଖାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ଦୁର୍ଘଟଣା ହୋଇଥିବା ଯୁବକକୁ ସଙ୍ଗେ ସଙ୍ଗେ ଦଣ୍ଡିଆପାଲି ସ୍ଥିତ ଏକ ଘରୋଇ ହସ୍ପିଟାଲ
(ଜେ.ପି)କୁ ନେଇ ଯାଇଥିଲେ | ସେଠାରେ ଚିକିତ୍ସିତ ହେବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀଙ୍କ ସମେତ କାର୍ଯ୍ୟରକ ପୋଲିସ କନେଷ୍ଟବଳ ମିଳିତ ସହଯୋଗ ରେ ଶବ ବ୍ୟବଚ୍ଛେଦ କରି ପରିବାର ଙ୍କୁ ହସ୍ତାନ୍ତର କରିଥିଲେ । ଗଣେଶ ମେଟାଲିକ୍ସ କାରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ଏକ ୧୦ଲକ୍ଷ ଟଙ୍କାର ଚେକ୍ ମୃତକଙ୍କ ପରିବାର ଙ୍କୁ ପ୍ରଦାନ କରିଦେଇ ଘଟଣାଟିର ସମାଧାନ କରିଦେଇ ଥିବା ଏକ ବିଶେଷ ସୂତ୍ର ରୁ ଖବର ମିଳିପାରିଛି । ଯାହାକି ମଣିଷ ଜୀବନ ର ମୂଲ୍ୟ ଆଜି ୧୦ଲକ୍ଷ ଟଙ୍କା ହେଇଗଲା ବୋଲି ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି | ଏହି ଦୁର୍ଘଟଣା କୁ ଗୁରୁତ୍ୱ ଦେଇ ସୁନ୍ଦରଗଡ ପ୍ରଶାସନ ହସ୍ତ କ୍ଷେପ କରି ମୃତକ ଙ୍କ ପରିବାର ଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବା ପାଇଁ କୁଆଁରମୁଣ୍ଡା ନାଗରିକ କମିଟିର ସଦସ୍ୟମାନେ ଦାବି ଜଣାଇଛନ୍ତି।

nis-ad
Leave A Reply

Your email address will not be published.