ସାଙ୍ଗର ବେକକୁ ବ୍ଲେଡରେ କାଟିଲା ସାଙ୍ଗ

ଭଦ୍ରକ : ସାଙ୍ଗର ବେକକୁ ବ୍ଲେଡ କାଟିଲା ସାଙ୍ଗ | ଏପରି ଅଘଟଣ ଘଟିଛି ବାସୁଦେବପୁର ବ୍ଲକ ଭୈରବପୁର ସ୍ଥିତ ଗମେଇ ନଦୀ ପୋଲ ନିକଟରେ | ଗୁରୁତର ଯୁବକ ଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବାସୁଦେବପୁର ମେଡିକାଲ ରେ ଭର୍ତି କରିଛନ୍ତି |

ଗୁରୁତର ଯୁବକ ବାଲିନଗର ଗ୍ରାମର ଗୟାଧର ମଲ୍ଲିକ ଙ୍କ ପୁଅ ରତ୍ନାକର | ଆଜି ସଂଧ୍ୟା ରେ ରତ୍ନାକର ଓ ତାର ଜଣେ ସାଙ୍ଗ ପୋଲ ନିକଟକୁ ଯାଇଥିଲେ | କୌଣସି ଘଟଣା କୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା | ପରେ ଏକ ବ୍ଲେଡ ରେ ରତ୍ନାକର ବେକକୁ କାଟି ତାର ସାଙ୍ଗ ପଳାଇ ଯାଇଥିଲା | ରତ୍ନାକରକୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ବାସୁଦେବପୁର ପୁର ମେଡିକାଲ ରେ ଭର୍ତି କରାଯାଇଥିଲା | ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଯୁବକ ଜଣକ କଥା କରିପାରିନଥିବାରୁ ତାଙ୍କୁ ଆକ୍ରମଣ କରିଥିବା ସାଙ୍ଗ ର ପରିଚୟ ମିଳିପାରି ନାହିଁ |

nis-ad
Leave A Reply

Your email address will not be published.