ନୂତନ ଭାବେ ନିର୍ମାଣ ହୋଇଥିବା ୱାଚ ଟାୱାର ଉଦଘାଟନ

ଦାରିଙ୍ଗବାଡ଼ି,(୨୫/୫) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ସୁଲେକ୍ ସରୁ ପାହାଡ଼ ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ୱାଚ ଟାୱାର୍ ର ଉଦଘାଟନ ହୋଇଯାଇଛି। ଏଥିରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଛନ୍ତି। ଏଥିରେ ବିଧାୟକ ଙ୍କ ସହିତ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର , ତହସିଲଦାର ଡ଼ଃ ଅଶୋକ କୁମାର ଦାସ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ସରପଞ୍ଚ ସୁନିତା ପ୍ରଧାନ ଓ ପାଉଲ ପ୍ରଧାନ, ବରିଷ୍ଠ ଶିକ୍ଷକ ବିଦେଶୀ ନାୟକ, ପୂର୍ବତନ ସରପଞ୍ଚ ସଞ୍ଜୟ ପ୍ରଧାନ, ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ସାହୁ , ଗ୍ରାମବାସୀ ଙ୍କ ସମେତ ମାଆ ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.