ବିଶ୍ଵ ପରିବେଶ ଦିବସ ପାଳନ ନେଇ ମିଲେଟ ମିଶନ ସଚେତନ ରଥ ଉଦଘାଟନ

ଦାରିଙ୍ଗବାଡ଼ି,(୨୫/୫) : ବିଶ୍ଵ ପରିବେଶ ଦିବସ ପାଳନ ନେଇ ଦାରିଙ୍ଗବାଡ଼ି ବ୍ଳକ ମିଲେଟ ମିଶନ ସଚେତନ ରଥର ଉଦଘାଟନ ହୋଇଯାଇଛି । ଏହାକୁ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଚେତନ ରଥକୁ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଡିଓ ଗଦାଧର ପାତ୍ର, ତହସିଲଦାର ଡା.ଅଶୋକ କୁମାର ଦାସ ,ଜାଗୃତି ସଂପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ଯୋଗଦେଇଥିଲେ । ଏହି ରଥ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରରେ ଲୋକଙ୍କୁ ଏହି ମିଲେଟ ମିଶନ ଯୋଜନା, କ୍ଷୁଦ୍ର ଶସ୍ୟ ଚାଷ,ଅମଳ ଓ ଖାଦ୍ୟ ସମ୍ପର୍କରେ ସୂଚନା ଦେବା ସହିତ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ସଚେତନତା କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ କୁ ମିଲେଟ ମିଶନ ପ୍ରକଳ୍ପ ତଥା ଜାଗୃତି କର୍ମଚାରୀ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.