ବିଶ୍ୱହିନ୍ଦୁ ପରିଷଦ, ତରଫରୁ ଦକ୍ଷିଣ ପଶ୍ଚିମ ଓଡ଼ିଶା ଶିକ୍ଷାବର୍ଗ -୨୦୨୩ କାର୍ଯ୍ୟକ୍ରମ ଆରମ୍ଭ

ଉମରକୋଟ : ଭାରତ ଜ୍ଞାନ, ବୁଦ୍ଧି, ବିଦ୍ୟା ଭିତରେ ନିରନ୍ତର ରହିତ, ବଞ୍ଚିବା ଏବଂ ବଢିବା ଅଧିକାର ସମସ୍ତ ଭାରତୀୟ ନାଗରିକଙ୍କ ଅଛି, ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ସହରର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲ ପ୍ରାଙ୍ଗଣରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ୧୦ ଦିବସିଓ ଶିକ୍ଷା ବର୍ଗ ବା (ତାଲିମ )୨୦୨୩ କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି |୨୧ ତାରିଖ ଠାରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ତାଲିମ କାର୍ଯ୍ୟକ୍ରମରେ ଦକ୍ଷିଣ ପଶ୍ଚିମ ଓଡ଼ିଶାର ୧୩ ଗୋଟି ଜିଲ୍ଲାର କାର୍ଯ୍ୟକର୍ତ୍ତା ତାଲିମ ନେଉଛନ୍ତି | ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରମୁଖ, ସଚିବମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବିଶ୍ୱ ହିନ୍ଦୁ ପରିଷଦର ଜାଗରଣ ସୃଷ୍ଟି କରିବା ପାଇଁ ଉଦ୍‌ବୋଧନ ଦେଇଛନ୍ତି | ତାଲିମ କେନ୍ଦ୍ରରେ, ଉମରକୋଟ ରାଇଘର, ଝରୀଗାଁ, ଚନ୍ଦାହାଣ୍ଡିର ନିସର୍ତ୍ତ ନିୟୁଜ ତରଫରୁ ଏକ ପ୍ରେସ ମିଟ କରି ବହୁତ କିଛି ତଥ୍ୟ ହାସଲ କରିଛନ୍ତି, ଏହି ପ୍ରେସ ମିଟରେ ବିଶ୍ୱହିନ୍ଦୁ ପରିଷଦ ଓଡ଼ିଶାର ଶ୍ରୀଯୁକ୍ତ ଭକ୍ତ ଚରଣ ସାହୁ, ବରଗଡ, ଶ୍ରୀଯୁକ୍ତ ସତ୍ୟନାରାୟଣ ଥାଣପତି, ସମ୍ବଲପୁର ଓ ଶ୍ରୀଯୁକ୍ତ ମୋହନ ଚରଣ ଦାସ, ନୂଆପାରାର ଯୋଗଦାନ କରି ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ, ସେମାନଙ୍କର ମୂଳ ଆଲୋଚନା ଥିଲା ଆମ ହିନ୍ଦୁ ମାନଙ୍କ ଭିତରେ ବିଭିନ୍ନ ଦେବା ଦେବି ପୂଜା କରିବା ସହ ବିଭିନ୍ନ ଗ୍ରୁପ ହେଇ ଯାଉ ଅଛୁ, ଏଥିରେ ଆମ ମୂଳ ଉଦ୍ଦେଶରୁ ହଟିଯାଇ ବିଭିନ୍ନ ବାଦ ବିବାଦ କରି ବିଶୃଙ୍ଖଳା ସୃଷ୍ଟି କରୁଛେ ଏଥିରେ ଆମ ହିନ୍ଦୁତ୍ତ ନଷ୍ଟ ହେଉଛି, ସେଥିପାଇଁ ଏହି ପ୍ରୋଶିକ୍ଷଣ କାର୍ଯ୍ୟକ୍ରମ, ଆଗାମି ଦିନରେ ସହରଠୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକମାନଙ୍କ ଭିତରେ ହିନ୍ଦୁତ୍ବ ଜାଗରଣ ସୃଷ୍ଟି କରିବା ଆମର ମିଶନ, ଏହି କାର୍ଯ୍ୟକ୍ରମଟି ପରିଚାଳନାରେ ଉମରକୋଟ ବିଶ୍ୱ ହିନ୍ଦୁ ପରିଷଦ ସଂଘର ଶ୍ରୀ କୃପାରାମ ସାହୁ, ଶ୍ରୀ ବାଳକୃଷ୍ଣ ପଟ୍ଟନାୟକ, ଶ୍ରୀମତି ପ୍ରଭାତି ଦେବନାଥ, ଶ୍ରୀ ସଞ୍ଜୟ କୁମାର ସିଲ, ଶ୍ରୀ ସୁଭାଷ ବିଷୋୟୀ, ଶ୍ରୀ ଅଶୋକ ପ୍ରଧାନ, ଶ୍ରୀ କିଶୋର କୁମାର ସାହୁ, ଶ୍ରୀ ସୁନୀଲ କୁମାର ବେହେରା, ଶ୍ରୀ ଅଶୋକ ପାତ୍ର, ଶ୍ରୀ ପୂର୍ଣ୍ଣ ରାଲି, ଶ୍ରୀମତି ମୂଷିକ୍ଷିଆ ପଟ୍ଟନାୟକ, ଶ୍ରୀମତି ଗୀତାଞ୍ଜଳି ମହାପାତ୍ର,ଅତିଥି ଆପ୍ୟାୟନ ଠାରୁ ଆରମ୍ଭ କରି ଖାଇବା ପିଇବା କାର୍ଯ୍ୟକ୍ରମ ଦାୟିତ୍ତର ସହିତ ସୁନ୍ଦର ଭାବରେ ତୁଲାଉଛନ୍ତି |

nis-ad
Leave A Reply

Your email address will not be published.