ବଜରଙ୍ଗ ଦଳର ସେବା କାର୍ଯ୍ୟ…

ଭଦ୍ରକ : ବୁଧବାର ଭଦ୍ରକ ଜିଲ୍ଲା ଐତିହାସିକ ଶୈବପୀଠ ବାବା ଆଖଣ୍ଡଳମଣିଙ୍କର ବିବାହ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି | ପୁରାଣ ଶାସ୍ତ୍ର ଅନୁଯାୟୀ ସୃଷ୍ଟି କର୍ତ୍ତା ବ୍ରହ୍ମା ଶୀତଳ ଷଷ୍ଠୀ ବା ପ୍ରକୃତିର ମିଳନକୁ ଶିବଙ୍କ ବିବାହ ଉତ୍ସବ ଭବେ ପାଳନ କରିଥିଲେ | ତଦନୁଯାୟୀ ଗ୍ରୀଷ୍ମ, ବର୍ଷା, ଶରତ ଋତୁର ମିଳନ ହୋଇଥାଏ ଏବଂ ଜୀବଜଗତ ଗ୍ରୀଷ୍ମ ପ୍ରବାହ ରୁ ରକ୍ଷା ପାଇବା ପାଇଁ ଧରା ପୃଷ୍ଠରେ ଶୀତଳତା ଆସିଥାଏ | ଶିବ ବିବାହ ଏକ ପୌରାଣିକ ପର୍ବ ଭାବେ ଦୀର୍ଘ ବର୍ଷ ଧରି ଆରଡ଼ି ରେ ପାଳନ ହୋଇଥିଲେ ମଧ୍ୟ ୨୦୦୯ ମସିହା ଠାରୁ ଆଖଣ୍ଡଳମଣି ପୀଠ ଆରଡ଼ି ଠାରେ ମହା ଆଡ଼ମ୍ବରରେ ପାଳନ କରାଯାଉଛି | ଶିବ ବିବାହ ମହୋତ୍ସବ କମିଟି ରେ ଜିଲାପାଳ ମୁଖ୍ୟ ଥିଲା ବେଳେ ମନ୍ଦୀର ଟ୍ରଷ୍ଟ ପ୍ରଶାସନ ରେ ଉପ ଜିଲ୍ଲାପାଳ ମୁଖ୍ୟ ଅଛନ୍ତି |

ଲକ୍ଷ ଲକ୍ଷ ଲୋକ ଙ୍କ ସମାଗମ କୁ ଆଖି ଆଗରେ ରଖି ମନ୍ଦିର ଟ୍ରଷ୍ଟ, ଆରଡ଼ି ଭଦ୍ରକ ଜିଲ୍ଲା ବଜରଙ୍ଗ ଦଳକୁ ସେବା, ସୁରକ୍ଷା, ପ୍ରସାଦ ସେବନ ଦାୟିତ୍ଵ ନ୍ୟସ୍ତ କରିଥଲେ | ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ବଜରଙ୍ଗ ଦଳ ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ଶ୍ରୀମାନ ବିପିନ ବିହାରୀ ପଣ୍ଡା ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଜିଲ୍ଲା ସହ ସଂଯୋଜକ ତପନ ମହାନ୍ତି ସୁରକ୍ଷା ପ୍ରମୁଖ ଅଶୋକ ଲେଙ୍କା, ବିଦ୍ୟାର୍ଥି ପ୍ରମୁଖ ଖିତିଶ୍ ରାଉତ୍, ସୂଚନା ପ୍ରମୁଖ ନିମାଇଁ ଚରଣ ଦାସ, ମିଳନ କେନ୍ଦ୍ର ପ୍ରମୁଖ ରଞ୍ଜିତ ପୃଷ୍ଟି, ଗୌରୀ ଶଙ୍କର ମିଶ୍ର, ଦୀପକ ବାରିକ, ସୁଧିରଞ୍ଜନ ନାୟକ, ପୁଷ୍ପକ ପାତ୍ର, ପ୍ରମୋଦ ପଣ୍ଡା, ସୁଦର୍ଶନ ମଲ୍ଲିକ, ସଞ୍ଜୟ ଦଳାଇ, ସତ୍ୟବ୍ରତ ସାହୁ, କିରଣମୟି ଦାସ, ମାୟାଧର ସ୍ୱାଇଁ, ସଞ୍ଜୀବ ସାମଲ, ସତ୍ୟଦିପ ବେହେରା, ପଙ୍କୋଜ ବାରିକ୍, ଜଗବନ୍ଧୁ ଦାସ,ସୁଚିତ୍ର ନାୟକ ଙ୍କ ସହ ୪୫ ଜଣ ରୁ ଅଧିକ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମନେ ସହଯୋଗ କରିଥିଲେ |

nis-ad
Leave A Reply

Your email address will not be published.