କନ୍ଧମାଳ ଜିଲ୍ଲାରେ ଆଇସିଏଆର୍ – ସିଫା ତରଫରୁ ବୈଜ୍ଞାନିକ – କୃଷକ ଭାବ ବିନିମୟ କାର୍ଯ୍ୟକ୍ରମ

ଫୁଲବାଣୀ : ଭୁବନେଶ୍ବରସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଓ ଗବେଷଣା ସଂସ୍ଥା ତରଫରୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନ ବଳନ୍ଦାପଡ଼ା ଗ୍ରାମରେ ମଧୁର ଜଳ ଜୀବପାଳନ ସଂପର୍କରେ ଏକ କୃଷକ-ବୈଜ୍ଞାନିକ ଭାବ ବିନିମୟ କାର୍ଯ୍ୟକ୍ରମ ୨୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଡିଏସ୍‌ଟି ପ୍ରକଳ୍ପ ଅଧୀନରେ ପୋଷ୍ୟ ଭାବରେ ଗ୍ରହଣ କରାଯାଇଥିବା ଗ୍ରାମଗୁଡିକ ରୁ ପ୍ରାୟ ୧୭୦ ଜଣ ତଫସିଲଭୁକ୍ତ ଜାତିର ମହିଳା କୃଷିଜୀବି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଥିବା ଅଧିକାଂଶ ହିତାଧ୍ୟାକାରୀମାନେ ଯୋଗଦାନ କରିଥିଲେ । ଏହି ବୈଠକରେ କନ୍ଧମାଳ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର ଯୋଗଦାନ କରି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଦ୍ବାରା ଜଳକୃଷି ଉତ୍ପାଦ ବୃଦ୍ଧି କରିବା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ଶ୍ରୀ କହଁର ଉପସ୍ଥିତ କୃଷକମାନଙ୍କୁ ବିଭିନ୍ନ ସରକାରୀ ପ୍ରକଳ୍ପ, ଯୋଜନା, ଛାତ୍ରବୃତି ଓ ସବ୍‌ସିଡ଼ି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । କୃଷକମାନଙ୍କୁ ନୂତନ ଜ୍ଞାନକୌଶଳ ଆପଣେଇବା ପାଇଁ ପ୍ରବର୍ତାଇବା ସହ ‘ଗୋ ସୁଗମ’ ପୋର୍ଟାଲର ଉପଯୋଗ କରିବାକୁ ସେ ଉପସ୍ଥିତ ମହିଳା କୃଷିଜୀବି ମାନଙ୍କୁ କହିଥିଲେ । ଆଇସିଏଆର୍ସିଫାର ପ୍ରଧାନ ବୈଜ୍ଞାନିକ ଡଃ ଏସ୍. ଏନ୍. ସେଠୀ ଯୋଗଦେଇ ମଧୁରଜଳ ଜୀବ ପାଳନ ପାଇଁ ବୈଜ୍ଞାନିକ ଜ୍ଞାନକୌଶଳ ସମ୍ବନ୍ଧରେ କୃଷକମାନଙ୍କୁ ସରଳ ଭାବରେ ବୁଝାଇବା ସହ ଜୈବିକ ପ୍ରଣାଳୀରେ ମାଛଚାଷ କରିବା ପାଇଁ ଉପସ୍ଥିତ ମହିଳା କୃଷିଜୀବିମାନଙ୍କୁ ବିଭିନ୍ନ ଉପାୟ ବତାଇଥିଲେ । ଯାହାଦ୍ଵାରା କି ପରିବେଶ ନିର୍ମଳ ରହିବା ସହିତ ଅଧ୍ଵକ ଉତ୍ପାଦନ ଓ ଆୟ ବୃଦ୍ଧି ହୋଇପାରିବ ।

ମହିଳା କୃଷକମାନେ ଆଗକୁ ଆସି ସିଫାର ଜ୍ଞାନ କୌଶଳ ପ୍ରୟୋଗ କରି ଜାଆଁଳ ଉତ୍ପାଦନ ଦ୍ବାରା ଅଧିକ ରୋଜଗାର କରିପାରିବେ ଓ ଉଚ୍ଚମାନର ଜାଆଁଳ ନିଜ ପୋଖରୀରେ ଛାଡ଼ି ପାରିବେ ବୋଲି କହିଥିଲେ । ‘ମୋ ପୋଖରୀ’ ସମ୍ବନ୍ଧରେ ବଳନ୍ଦାପଡ଼ା ଗାଁର ସରପଂଚ ସୂଚନା ଦେଇଥିଲେ । ପଂଚାୟତ ରେ ମାଛଚାଷର ଉନ୍ନତି ପାଇଁ ସେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହ ନିରନ୍ତର ସଂପର୍କରେ ରହିବେ ବୋଲି ମଧ୍ୟ କହିଥିଲେ। ଆଇସିଏଆର୍- ସିଫାର ପ୍ରଧାନ ବୈଜ୍ଞାନିକ ଡଃ ଜି. ଏସ୍. ସାହା ସମନ୍ବିତ ମାଛ ଚାଷ ଉପରେ ଗୁରୁତ୍ଵ ପ୍ରଦାନ କରି କହିଥିଲେ ଯେ, ପୋଖରୀରେ ମାଛ ରହିବା ଯାହା ବ୍ୟାଙ୍କ୍‌ରେ ପଇସା ରଖିବା ସେଇଆ । ଉଭୟ ସୁବିଧା ଅସୁବିଧା ସମୟରେ କାମରେ ଲାଗିବ । ଉପଯୁକ୍ତ ଜ୍ଞାନକୌଶଳ ପ୍ରୟୋଗ କରି ମହିଳା କୃଷିଜୀବି ମାନେ ସେମାନଙ୍କ ବଳକା ସମୟରେ ମାଛ ଚାଷ କରି ଅଧିକ ଲାଭାନ୍ବିତ ହୋଇପାରିବେ ବୋଲି ଡଃ ସାହା ପ୍ରକାଶ କରିଥିଲେ ।

nis-ad
Leave A Reply

Your email address will not be published.