ଟ୍ରାକ୍ଟର ଚଢିଯିବାରୁ ଘଟଣାସ୍ଥଳରେ ବୃଦ୍ଧା ମହିଳାଙ୍କ ମୃତ୍ୟୁ…

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନରେ ଥିବା ଜଳମଣ୍ଡୁଆ ପଞ୍ଚାୟତର ଚନ୍ଦରପୁର ଗ୍ରାମରେ ଜଣେ ବୃଦ୍ଧା ମହିଳାଙ୍କ ଉପରେ ଟ୍ରାକ୍ଟର ଚଢିଯିବାରୁ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି | ସୂଚନା ଅନୁସାରେ ମହିଳା ଜଣକ ହେଲେ ସ୍ବର୍ଗତ ବୈକୁଣ୍ଠ ସାମଲ ଙ୍କ ପତ୍ନୀ ଅଖୁଜି ସାମଲ | ମହିଳା ଜଣକ ବାଡିକୁ ଶାଗ ଆଣିବାକୁ ଯାଉଥିବା ସମୟରେ ପ୍ରଫୁଲ ନାୟକଙ୍କ ପୁଅ ତପୁ ନିଜ ଟ୍ରାକ୍ଟର କୁ ପଛାଉ ଥିବା ବେଳେ, ଟ୍ରାକ୍ଟର ଟି ବୃଦ୍ଧା ମହିଳାଙ୍କ ଉପରେ ଚଢ଼ି ଯାଇଥିଲା | ପରେ ଗ୍ରାମର କିଛି ଲୋକ ଏହା ଦେଖି ଦୌଡ଼ି ଆସିଥିଲେ ଓ ଦେଖିଥିଲେ ଟ୍ରାକ୍ଟର ଚକରେ ଚାପି ହୋଇ ବୃଦ୍ଧା ମହିଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା

ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ବେଳେ ଡ୍ରାଇଭର ସମେତ ଗାଡିକୁ ଜଣେ ସ୍ଥାନୀୟ ଲୋକ ବିଦା କରିଦେଇଥିବା ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି | ଖବର ପାଇ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି | ତେବେ ଡ୍ରାଇଭର ଜଣକ ନାବାଳକ ଓ ତାଙ୍କର ଲାଇସେନ୍ସ ନ ଥିବା ଓ ତାଙ୍କୁ ଘଟଣା ସ୍ଥଳରୁ ଫେରାର କରାଯାଇଥିବା ଘଟଣାରେ ଗ୍ରାମବାସୀ ମାନେ ନାବାଳକ ଡ୍ରାଇଭର ଓ ଫେରାର କରାଇଥିବା ସ୍ଥାନୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଉ ବୋଲି ଦାବି କରୁଛନ୍ତି |

nis-ad
Leave A Reply

Your email address will not be published.