ଆଖଣ୍ଡଳମଣିଙ୍କ ବିବାହ ପାଇଁ ମଙ୍ଗଳକୃତ୍ୟ…


ଆଜି ବିବାହ ବନ୍ଧନ ରେ ବାନ୍ଧି ହେବେ ଦେବ ଦମ୍ପତି, ସକାଳ ୧୦ଟାରେ ବରଧରା ଗଗନ, ସଂଧ୍ୟା ୭ ଟା ରେ ବରାନୁଗମନ ଶୋଭାଯାତ୍ରା
ଭଦ୍ରକ : ଆରଡି ପୀଠ ବାବା ଆଖଣ୍ଡଳମଣି ଙ୍କ ମନ୍ଦିର ରେ ପ୍ରସିଦ୍ଧ ଶିବ ବିବାହ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ପୀଠ | ମନ୍ଦିର ପରିସର ଓ ପୀଠକୁ ରଙ୍ଗିନ ଆଲୋକ ରେ ସୁସଜ୍ଜିତ କରାଯାଇଥିବା ବେଳେ ଫୁଲ ରେ ଝଲସୁଛି ମନ୍ଦିର | ମଙ୍ଗଳବାର ବୌଦିକ ରୀତିନୀତି ଅନୁଯାୟୀ ବରପିତା ଓ କନ୍ୟା ପିତାଙ୍କ ପକ୍ଷରୁ ଦେବ ଦମ୍ପତ୍ତିଙ୍କ ର ମଙ୍ଗଳପାକ ନୀତି ସମ୍ପନ୍ନ ହୋଇଥିବା ବେଳେ ବୁଧବାର ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି | ମଙ୍ଗଳାବାର ମଣିବାବା ଙ୍କ ର ସକାଳ ନୀତିକାନ୍ତି ସରିବା ପରେ ୮ ଟା ରେ ଶ୍ରୀଜିଉ ଙ୍କୁ ହଳଦୀ ସ୍ନାହ କରାଯାଇଥିବା ବେଳେ ବରପିତା ଓ କନ୍ଯା ପିତାଙ୍କ ପକ୍ଷରୁ ଏକ ସୁସଜ୍ଜିତ ବିମାନ ରେ ମନ୍ଦିର କୁ ବାବାଙ୍କ ଚଳନ୍ତି ପ୍ରତିମା ଗୌରୀଙ୍କ ନିଜ ଘରକୁ ନେଇ ଲୋକାଚାରରେ ମଙ୍ଗଳପାକ ନୀତି ସମ୍ପନ୍ନ କରିଥିଲେ | ତା’ ସହ ମନ୍ଦିର ରେ ସ୍ବତନ୍ତ୍ର ନୀତିକାନ୍ତି ସହ ଚାଲିଥିବା ପୂଜାର୍ଚ୍ଚନା ଏହି ବିବାହ ଉତ୍ସବ ରେ ରାଜ୍ୟର ବିଭିନ୍ନ ପ୍ରାନ୍ତ ରୁ ଓ ଅଧିକାଂଶ ଜିଲ୍ଲା ରୁ ପାରମ୍ପରିକ ବାଦ୍ୟ ଓ ନୃତ୍ଯ କଳାକାର ଏ ବେ ଆରଡି ପୀଠ ରେ ପହଞ୍ଚିଛନ୍ତି | ମଙ୍ଗଳବାର ସକାଳ ୧୦ଟା ରେ ବରଧରା ଗଗନ ସହ ସଂଧ୍ୟା ୭ ଟା ରେ ବରାନୁ ଗମନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି | ତା’ ସହ ଅପରାହ୍ନ ୪ଟା ରେ ମଣିବାବା ଙ୍କୁ ରାଜରାଜେଶ୍ଵର ବେଶ ଓ ମାତା ପାର୍ବତୀଙ୍କ ର ରାଜରାଜେଶ୍ଵରୀ ବେଶ ଅନୁଷ୍ଠିତ ହେଲା ପରେ ଦିଅଁ ମଙ୍ଗୁଳା ନୀତି ଅନୁଷ୍ଠିତ ହୋଇଛି | ଲକ୍ଷାଧିକ ଭକ୍ତ ଙ୍କ ସମାଗମ କୁ ଦୃଷ୍ଟି ରେ ରଖି ବ୍ୟାପକ ପୁଲିସ ମୃତୟନ କରାଯାଇଛି

nis-ad
Leave A Reply

Your email address will not be published.