ଜବରଦଖଲରେ ସରକାରୀ ଜାଗା : ଜବରଦଖଲ ଉଚ୍ଛେଦ କଲା ପୌରପ୍ରଶାସନ…


ହିଞ୍ଜିଳିକାଟୁ ,୨୩ ।୫ ଦୀର୍ଘବର୍ଷ ଧରି ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡା ଗ୍ରାମର ଯୋଗୀବନ୍ଧ ପଛ ଭାଗରେ ଏକର ଏକର ସରକାରୀ ଜାଗା ଵହୁ ପରିଵାର ଜବରଦଖଲ କରି କବ୍‌ଜାରେ ରଖିଛନ୍ତି। ସରକାରୀ ମୂଲ୍ୟବାନ ଜାଗାକୁ କେବଳ ମାଡ଼ି ବସି ନାହାନ୍ତି, ସ୍ଥାୟୀ ବାସଗୃହ ନିର୍ମାଣ କାର୍ଯ୍ୟ ଅଧାଅଧି ଆରମ୍ଭ କରିଥିଲେ । କେହି କେହି ବାଡ଼ବନ୍ଦି ଅକ୍ତିଆରକୁ ନେଇଥିବା ଜଣାପଡିଛି। ମଙ୍ଗଳବାର ପ୍ରଶାସନ ଏହି ମୂଲ୍ୟବାନ ସରକାରୀ ଜାଗାକୁ ଜବରଦଖଲକାରୀମାନଙ୍କୁ ହଟାଇବା ନିମନ୍ତେ ପୌରପ୍ରଶାସନ ପଦକ୍ଷେପ ନେଇଛନ୍ତି ଫଳରେ ଉକ୍ତ ସ୍ଥାନରେ ଉତେଜନା ଦେଖା ଦେଇଛି। ଉଛେଦ ସମୟରେ ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଓ ଅନ୍ୟ ମାନଙ୍କ ମଧ୍ୟରେ ହିଞ୍ଜିଳିକାଟୁ ରାଜସ୍ବ ନିରୀକ୍ଷକ ଅରବିନ୍ଦ ଦାସ, ହିଞ୍ଜିଳିକାଟୁ ପୌରପରିଷଦ ଯନ୍ତ୍ରୀ ମାନସ ରଞ୍ଜନ ଦାସ, ଯନ୍ତ୍ରୀ ଦିଲିପ କୁମାର ମିଶ୍ର, ବିବେକାନନ୍ଦ ମହାପାତ୍ର, ରବିନ୍ଦ୍ର ଗୌଡ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡା

ଗ୍ରାମର ଯୋଗୀ ବନ୍ଧ ପଛ ଭାଗରେ ପାର୍କ ନିର୍ମାଣ ନିମନ୍ତେ ସରକାରଙ୍କ ପକ୍ଷରୁ ଅନୁଦାନ ଅର୍ଥ ମଞ୍ଜୁର ହୋଇଛି। ମାତ୍ର ଗ୍ରାମବାସୀ ଙ୍କଅଭିଯୋଗ ପୂର୍ବପୁରୁଷାନୁକ୍ରମେ ଉକ୍ତ ଜମି ରେ ଚାଷ କାର୍ଯ୍ୟ କରି ଜବରଦଖଲରେ ରଖିଥିଲେ। ଦୁଇ ବର୍ଷ ପୂର୍ବେ ଯୋଗୀ ବନ୍ଧ ଉନ୍ନତିକରଣ ସମୟରେ ଵନ୍ଧ ମାଟି ୧୫ ଗୋଟି ପରିବାର ମାଟି କିଣି ସମତୁଳ କରି ପକାଇଥିଲେ। କିନ୍ତୁ ପୌରପାଳିକା ପକ୍ଷରୁ ତାହା ଖଣ୍ଡନ କରିଛନ୍ତି। ଉକ୍ତ ଅଞ୍ଚଳରେ ୧୫ ଏକରରୁ ଉର୍ଦ୍ଧ୍ଵ ଜଳସମ୍ପଦ ବିଭାଗ ,ଗୋଚର ସରକାରୀ ଜମିରେ ବିଭିନ୍ନ ସ୍ଥାନରେ ସରକାରୀ ଜାଗା, ଗୋଚର ଜମି ଓ ସଂରକ୍ଷିତ ଜଙ୍ଗଲ ଜମିକୁ ଅନଧିକାର ଭାବେ ଦଖଲ କରି ରଖିଛନ୍ତି। ମଙ୍ଗଳବାର ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା ଘରକାମ କରୁଥିବା ଗ୍ରାମବାସୀ ଙ୍କୁ କାମ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଓ ଉକ୍ତ ଜମିକୁ ବେଆଇନ ଭାବେ ଅକ୍ତିଆର କରିଥିବା ଅଭିଯୋଗ ହୋଇଥିଲା ବୋଲି ସୂଚନା ଦେଇଛନ୍ତି। ଜମିର କାଗଜପତ୍ର ତହସିଲ କାର୍ଯ୍ୟାଳୟ ରେ ଦେଖାଈଵା ପରେ କାମ ଆରମ୍ଭ କରିବାକୁ କହିଥିଲେ।ଗ୍ରାମବାସୀଙ୍କ ମଧ୍ୟରେ ଜବରଦଖଲରେ ରଖିଥିବା ନକୁଳ ପ୍ରଧାନ, ଯୁଧିଷ୍ଠିର ପ୍ରଧାନ, ପିତବାସ ପ୍ରଧାନ, ପବିତ୍ର ପ୍ରଧାନ, ସୁବାସ ପ୍ରଧାନ, ବିଶ୍ବାସ ପ୍ରଧାନ, ଵିଜୟ ପ୍ରଧାନ, ସୁଶାନ୍ତ ପ୍ରଧାନ, ଯୋଗେନ୍ଦ୍ର ପ୍ରଧାନ, ମୁନା ପ୍ରଧାନ ପ୍ରମୁଖ ମରିଜିବୁ ପଛେ ଜମି ଛାଡିବୁ ନାହିଁ ବୋଲି ରୋକଠୋକ କହିଛନ୍ତି।ବହୁ ବର୍ଷ ଧରି ଚାଷବାସ କରି ଚଳିଆସୁଥିବା ଏହି ଗ୍ରାମବାସୀ ଙ୍କ ନାମରେ ଜମି କରିବାକୁ ଦାବି କରିଥିଲେ। ଅନ୍ୟ ପକ୍ଷରେ ଉକ୍ତ ଅଞ୍ଚଳକୁ ପ୍ରବେଶ ନିଷେଧ ବୋର୍ଡ ଲଗାଈଛି ପୌରପ୍ରଶାସନ।

nis-ad
Leave A Reply

Your email address will not be published.