ଦୁଇ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ତିନି ଗୁରୁତର : ଆହତଙ୍କୁ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତରିତ …

ଦାରିଙ୍ଗବାଡି, ୨୩/୦୫ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଗଦାପୁର ନିକଟ ଅଡା ମୁଣ୍ଡା ଘାଟି ବୁଲାଣିରେ ଦୁଇ ମଟର ସାଇକେଲ ମୁହାଁ ମୁହିଁ ଧକା ହେବା ଫଳରେ ନିନି ଜଣ ଗୁରୁତ୍ୱର ଆଘାତ ପାଇଛନ୍ତି। ଦୁର୍ଘଟଣା ପୂର୍ବାହ୍ନ ପ୍ରାୟ ୧୧.୩୦ ବେଳେ ଘଟିଥିବା ସୂଚନା ରହିଛି।ଗୁରୁତର ୩ଜଣ ହେଲେ ତାଜୁଙ୍ଗି ଗ୍ରାମ ପଞ୍ଚାୟତ କଲିଙ୍ଗି ଗ୍ରାମର ପ୍ରାଂଚିସ ରଣସିଂଙ୍କ ପୁଅ ରାଜେନ୍ଦ୍ର ରଣସିଂ(୩୬), ବ୍ରାହ୍ମଣୀଗାଁ ପଞ୍ଚାୟତ ସୁନ୍ଦରପଙ୍କା ଗ୍ରାମର ନୁରୁଙ୍ଗା ମଳିକ (୫୬) ଓ ଅନ୍ୟଜଣେ କୋଟଗଡ଼ ବ୍ଲକ ଶ୍ରାମ୍ବୀ ଗ୍ରାମନିବାସୀ ଜିସାୟ ପାଟମାଝୀ (୩୮) ବୋଲି ଜଣାଡିଛି। ଖବର ନେବାରୁ ଜଣାପଡିଛିଯେ ନୁରୁଙ୍ଗା ଓ ଜିସାୟ ଗଦାପୁରରୁ ମୋଟର ସାଇକେଲରେ ଢୁସାରି ଗ୍ରାମକୁ ଯାଉଥିଲେ, ଅପର ପକ୍ଷରୁ ନିଜ ଗ୍ରାମ କଲିଙ୍ଗିରୁ ରାଜେନ୍ଦ୍ର ବାଇକ ଯୋଗେ ଗଦାପୁର ଆସୁଥିଲେ। ଅଡାମୁଣ୍ଡା ବୁଲାଣିରେ ୨ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟି ଥିବା ଜଣା ପଡ଼ିଛି। ଦୁର୍ଘଟଣା ସ୍ଥଳରୁ ଗଦାପୁର ଓ କଲିଙ୍ଗି ଗ୍ରାମବାସୀ ଗୁରୁତ୍ୱର ଅବସ୍ଥାରେ ୩ ଜଣ ଆହତଙ୍କୁ ଅଟୋ ଯୋଗେ ଆଣି, ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ। ୩ ଜଣଙ୍କ ମୁଣ୍ଡ , ଛାତି ଓ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ବଡ଼ ଡାକ୍ତର ଖାନାକୁ ରେଫର କରିଥିବା ଜଣା ପଡ଼ିଛି। ହେଲେ ଦୁର୍ଭାଗ୍ୟର ବିଷୟ ସରକାରୀ ଆମ୍ବୁଲାନ୍ସ ସେବାନ ପାଇ, ପ୍ରାଇଭେଟ ଗାଡି ୨ ଭଡାକରି ପରିବାର ବର୍ଗ ଆହତଙ୍କୁ ବ୍ରହପୁର ଡାକ୍ତର ଖାନା ନେଇଥିବା ଜଣା ପଡ଼ିଛି।

nis-ad
Leave A Reply

Your email address will not be published.