କୁଆଁରମୁଣ୍ଡା ନାଗରିକ କମିଟି ସଦସ୍ଯଙ୍କ ୫ ଦଫା ଦାବୀ ନେଇ ତହସିଲଦାର ଙ୍କ ଜରି ଆରେ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ…


କୁଆଁରମୁଣ୍ଡା-ଆଜି ତା୨୩/୦୫/୨୩ରିଖ ସକାଳ ୧୧ଘଂଟା ସମୟରେ କୁଆଁରମୁଣ୍ଡା ନାଗରିକ କମିଟିର କିଛି ସଦସ୍ଯ ଶ୍ରୀ ରାଜେଶ କେରକେଟା ଙ୍କ ତତ୍ତ୍ଵାବଧାନ ରେ ଏକ ସ୍ମାରକ ପତ୍ର ତହସିଲଦାର ଙ୍କ ଜରିଆରେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ଯ ରେ
ପ୍ରଦାନ କରିଥିଲେ । ସ୍ମାରକପତ୍ର ରେ ସେମାନଙ୍କର ୫ ଦଫା ଦାବି ସମ୍ବଳିତ ଉଲ୍ଲେଖ କରିବା ନେଇ ତହସିଲଦାର ଙ୍କ ଅବଗତ କରିଥିଲେ । ଏହା ପୂର୍ବ ରୁ କୁଆଁରମୁଣ୍ଡା ବ୍ଳକ ପରିସରରେ ଗତ ଫେବ୍ରୁଆରି ମାସ ରେ ଏକ ଜନଶୁଣାଣୀ
ହୋଇଥିଲା । ସେହି ସମୟରେ ନାଗରିକ କମିଟିର ସଦସ୍ଯ ମାନେ ଜିଲ୍ଲାପାଳ ଙ୍କୁ ଭେଟି ନିଜର ଦାବିପତ୍ର ପ୍ରଦାନ
କରିଥିଲେ ।ମୁଖ୍ଯ କାରଣ ଯେହେତୁ କୁଆଁରମୁଣ୍ଡା ବ୍ଳକ
ଅଧିନରେ ଶହଶହ ଛୋଟବଡ଼ ଶିଳ୍ପ ଗଢ଼ିଉଠିଥିବା ବେଳେ
ସ୍ଥାନୀୟ ଯୁବକ ଯୁବତୀ ମାନେ ପାଠ ପଢି ବେକାର ସମସ୍ଯା
ଦେଇ ଗତିକରୁଛନ୍ତି ,ଶିଳ୍ପ ସସ୍ଥା ଗୁଡିକ ସ୍ଥାନିୟ ଯୁବକ ଯୁବତୀ
ମାନଙ୍କୁ ରୋଜଗାର ନଦେଇ ପଡୋଶୀ ରାଜ୍ଯ ରୁ ନିଯୁକ୍ତି
ଦେଇ ସ୍ଥାନିୟ ଲୋକଙ୍କୁ ଅଣଦେଖା କରିବା ବୁଦ୍ଧିଜୀବୀ
ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।ଏହା ସହିତ ବିରମିତ୍ରପୁର ଏବଂ ପୁରୁଣାପାଣି ଚୁନ ପଥର ଖଣିକୁ ପୂର୍ଣ୍ଣ କ୍ଷମ କରିବାକୁ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ।ଯଦି ଏହାର
ବିଚାର ନ କରାଯାଏ ତାହାହେଲେ ଆଗାମୀ ଦିନ ରେ ଏକ ଜନ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି

nis-ad
Leave A Reply

Your email address will not be published.