ଅର୍ଣ୍ଣପାଳ ଠାରେ ପଞ୍ଚକୁଣ୍ଡିଅ ଗାୟତ୍ରୀ ମହା ଯଜ୍ଞ…

ଭଦ୍ରକ : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଅର୍ଣ୍ଣପାଳ ଓକୋରା ହାଇସ୍କୁଲ ହରିହାଟ ନିକଟରେ ଆଜି ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ହରିଦ୍ୱାର ତରଫରୁ ୫ କୁଣ୍ଡିଅ ଗାୟତ୍ରୀ ମହା ଯଜ୍ଞ ପାଳନ ହୋଇଯାଇଛି ଏହା ଦୁଇ ଦିନ ଧରି ହୋଇଥିଲା ପ୍ରଥମ ଦିନ ୧୦୮ କଳସ ଯାତ୍ରା ହରିହାଟ ଯଜ୍ଞ ମଣ୍ଡପ ଠାରୁ ଆରମ୍ଭ ହୋଇ କଚେରୀ ହାଟ ନଦୀ ଘାଟ ପର୍ଯ୍ୟନ୍ତ ଯାଇ ସେଠାରେ କଳସ ବୁଡାଇ ପୁରା ଗ୍ରାମ ପରିକ୍ରମା କରି ଯଂଜ୍ଞ ସ୍ଥଳରେ ପହଞ୍ଚି ଥିଲେ ସନ୍ଦ୍ୟା ବେଳେ ଦୀପ ଯଜ୍ଞ ଓ ପ୍ରବଚନ ହୋଇଥିଲା ରବିବାର ଦିନ ସକାଳୁ ପ୍ରଭାତ ଫେରି ହୋଇ ଯଂଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ମୁଣ୍ଡନ ଦୀକ୍ଷା ବ୍ରତୋପନୟନ ସଂସ୍କାର କାର୍ଯ୍ୟକ୍ରମ ହୋଇ ମଧ୍ୟାହ୍ନ ୩ ଘଟିକା ସମୟରେ ପୂର୍ଣ୍ଣାହୁତି ହୋଇ ଯଂଜ୍ଞ ସମାପନ ହୋଇ ଥିଲା ସନ୍ଧ୍ୟା ସମୟରେ ଦୀପ ଯଂଜ୍ଞ ଓ ଯୁଗ ଶକ୍ତି ଗାୟତ୍ରୀ ସଙ୍ଗୀତ ପ୍ରବଚନ ହୋଇଥିଲା ଅଖିଳ ବିଶ୍ୱ

ଗାୟତ୍ରୀ ପରିବାର ତାର ମୁଖ୍ୟ ଉଦେଶ୍ୟ ଏ ମାନବ ଭିତରେ ଦେବତ୍ୱକୁ ଜାଗ୍ରତ କରାଇବା କାରଣ ଆଜିର ସମାଜରେ ଯୁବ ପିଡି ଆସନ୍ତା କାଲିର ଭବିଷ୍ୟତ ହେଲେ ଏ ଯୁବପିଢ଼ି ଆଧୁନିକତାର ଚାକଚକୟତାରେ ବଶୀଭୂତ ହୋଇ ପଥଭ୍ରଷ୍ଟ ହେବାକୁ ଯାଉଛି ବିଶେଷ କରି ଯୁବପିଢ଼ିକୁ ଏକ ଦିଗଦର୍ଶନ ଲାଗି ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ତାର ବିଚାରକ୍ରାନ୍ତି ଅଭିଯାନ ସମଗ୍ର ବିଶ୍ୱରେ ଚାଲୁରଖିଛି

nis-ad
Leave A Reply

Your email address will not be published.