ବରଗଛରୁ ପଡ଼ି ଜଣେ ମୃତ


ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନରେ ଥିବା କଇଁଝର ଗ୍ରାମପଞ୍ଚାୟତରେ ଏକ ଆକସ୍ମିକ, ଅଭାବନୀୟ ଓ ଦୁଖଦଃ ଘଟଣା ଘଟିଯାଇଛି l ସ୍ଥାନୀୟ କଇଁଝର ଗ୍ରାମର ଯକ୍ଷ୍ୟ ବିଶୋଇଙ୍କ ପୁଅ ଲଙ୍କେଶ୍ୱର ବିଶୋଇ ବୟସ ୪୬ ବର୍ଷ ଜାଳେଣି କାଠ ସଂଗ୍ରହ କରିବାପାଇଁ ନିକଟସ୍ଥ ଏକ ବରଗଛ ଉପରେ ଚଢି ଏକ ଶୁଖିଯାଇଥିବା ଡାଳକୁ ହାଣୁଥିବା ସମୟରେ ଉକ୍ତ ଡାଳସହ ତଳେ ପଡ଼ି ମୃତ୍ୟୁ ବରଣ କରିଛନ୍ତି l ହାଣୁଥିବା ଶୁଖିଲା ବର ଡାଳ ଟି ଏକ ମୋଟା ଓ ବଡ଼ ଧରଣ ର ହୋଇଥିବା ଯୋଗୁଁ ତାହା ଲଙ୍କେଶ୍ୱରଙ୍କ ମୁଣ୍ଡ ଉପରେ ପଡିବାରୁ ମୁଣ୍ଡ ଫାଟିଯାଇ ଦହି ଅଲଗା ଛିଟିକି ପଡିଥିବାର ଦେଖିବାକୁ ମିଳିଛି l ଏଭଳି ଏକ ଦୁଃଖ ଦାୟକ ମର୍ମନ୍ତୁଦ ଦୁଃଖ ଦାୟକ ଘଟଣା ଓ ଏଭଳି ଘଟଣା କଇଁଝର ଗ୍ରାମରେ ପ୍ରଥମ ବୋଲି ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକେ କୁହା କୁହି ହେଉଥିବାର ଦେଖିବାକୁ ମିଳିଛି l
ମୃତ ଲଙ୍କେଶ୍ୱର ବିଶୋଇ ଜଣେ ଅମାୟିକ, ସରଳ ନିଷ୍କପଟ ବ୍ୟକ୍ତି ଥିଲେ ଓ ଜଣେ ତାପୀ ମିସ୍ତ୍ରୀ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ, ବର୍ତ୍ତମାନ ତାଙ୍କର ପରିବାର କହିଲେ ସ୍ତ୍ରୀ ରିତା ବିଶୋଇ ବୟସ -୪୦, ଝିଅ ଆଶା ବିଶୋଇ ବୟସ -୨୧, ଓ ପୁଅ ରାକେଶ ବିଶୋଇ ବୟସ ୧୫ ବର୍ଷର ଅଛନ୍ତି , ଲିଙ୍ଗରାଜଙ୍କ ମୃତ୍ୟୁ ପରେ ତାଙ୍କର ଅନାଥ ପରିବାର ଦୁନିଆ ଅନ୍ଧାର, ଓ କେମିତି ଚାଲିବ ତାଙ୍କର ସଂସାର ବୋଲି ସାଧାରଣ ରେ ଆଲୋଚନା ହେଉଛି l ଏଭଳି ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଆପାତ୍ତ କାଳୀନ ସହାୟତା ଟିକାବାଲି ତହସିଲଦାର ଓ ଜିଲ୍ଲା ପ୍ରଶାସନ ପ୍ରଦାନ କଲେ ଅନ୍ତତଃ ଲିଙ୍ଗରାଜ ଙ୍କର ଅନ୍ତେଷ୍ଟି କ୍ରିୟା ସମାପନ ରେ ସହାୟକ ହେବ ବୋଲି ସାଧାରଣ ରେ ଜିଲ୍ଲାପାଳ କନ୍ଧମାଳ ଙ୍କ ନିକଟରେ ଅନୁରୋଧ ରଖାଯାଇଛି, ଲିଙ୍ଗରାଜ ଙ୍କ ମୃତ୍ୟୁରେ କଇଁଝର ଅଂଚଳରେ ଶୋକର ଛାୟା ଖେଳିଯାଇଛି l

nis-ad
Leave A Reply

Your email address will not be published.