ଗଙ୍ଗା ଦାସ ହତ୍ୟାକାଣ୍ଡର ମୁଖ୍ୟ ଦୁଇ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଗତ ୧୨ତାରିଖରେ ଗଙ୍ଗା ଦାଶର ମୃତଦେହ ଲାଠି, ସୁକୁଣ୍ଡା ଗ୍ରାମ ରାସ୍ତାର ମଝିରେ ଥିବାଏକ ଚାଷ ଜମି ରେ ପଡିଥିବା ଦେଖିଥିଲେ ସ୍ଥାନୀୟ ଅଞ୍ଚଳବାସୀ | ପରେ ପରିବାର ବର୍ଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ମୃତଦେହ ପଡିଥିବା ନେଇ ପୋଲିସ କୁ ଖବର ଦେଇଥିଲେ ପରିବାର ବର୍ଗ।ଗଙ୍ଗାକୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ବର୍ଷା ଦାସ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ସଦର ଥାନା ପୋଲିସ ମୃତଦେହକୁ ଉଦ୍ଧାର କରିବା ସହିତ ହତ୍ୟାକାଣ୍ଡ ର ଅଭିଯୁକ୍ତ କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା।ଏନେଇ ସଦର ଥାନାରେ କେସ ନମ୍ବର ୨୫୮ରେ ମାମଲା ରୁଜୁ ହୋଇଥିଲା ।

ବ୍ରହ୍ମପୁର ଏସପି ଙ୍କ ନିର୍ଦେଶ କ୍ରମେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା ପୋଲିସ।ତେବେ ଏହି ଘଟଣାର ବିଭିନ୍ନ ଦିଗକୁ ଧରି ଅନୁଧ୍ୟାନ କରିବା ପରେ ଏହା ପୂର୍ବ ଶତ୍ରୁତା କୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଥିଲା।ପୋଲିସ ମୁଖ୍ୟ ଅଭିଯୁକ୍ତ ବାଉରୀ ସୁକୁଣ୍ଡା ଗ୍ରାମର ରୀଙ୍କୁ ଦାସ ଏବଂ ଚନ୍ଦନ ଦାସ କୁ ଗିରଫ କରିବା ରେ ସଫଳ ହୋଇଛି। ଗତ କିଛି ଦିନ ତଳେ ଗଙ୍ଗା ଦାସ ଏବଂ ଅଭିଯୁକ୍ତ ଙ୍କ ମଧ୍ୟରେ କିଛି କଥାକୁ ନେଇ ପ୍ରବଳ ଝଗଡା ହୋଇଥିଲା।ପରେ ବୁଝାବଣା ପରେ ସମାଧାନ ହୋଇଥିଲା।କିନ୍ତୁ ଗଙ୍ଗା କୁଜୀବନରେ ମାରିବା ପାଇଁ ଦୁଇ ଅଭିଯୁକ୍ତ ମନସ୍ଥ କରିଥିଲେ।ଏନେଇ ସେମାନେ ତାଙ୍କ ସମ୍ପର୍କୀୟ ଜୁଗୁଡି ଛକର ମହେଶ୍ୱର ବେହେରାକୁ କହିଥିଲେ।ସମସ୍ତେ ମିଶି ଗଙ୍ଗା କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।ଗତ୧୧ ତାରିଖ ରାତିରେ ଗଙ୍ଗା ଦାସ ମହୁଡା ରେ ଥିବା ଭାଟିରୁ କାମ ସାରି ଘରକୁ ଫେରିବା ସମୟରେ ଅଭିଯୁକ୍ତ ମାନେ ତାର ପିଛା କରିଥିଲେ। ଲାଠି ଗ୍ରାମରେ ଗଙ୍ଗା ଦାସ ଅଟକି କିଛି ଜିନିଷ ଦୋକାନ ରୁ କିଣି ଥିଲା।ଏହି ସମୟରେ ରୀଙ୍କୁ ଦାସ ଏବଂ ଚନ୍ଦନ ଦାସ ଆଗକୁ ଯାଇ ଏକ ନିଛାଟିଆ ଜାଗାରେ ଜଗି ବସିଥିଲେ।ଗଙ୍ଗା ଦାସ ଲାଠି ଛକରୁ ବାହାରିବା ପରେ ମହେଶ୍ୱର ଦାସ ଅଭିଯୁକ୍ତଙ୍କୁ ଜଣାଇ ଥିଲେ।ରାସ୍ତାରେ ଗଙ୍ଗା ଯାଉଥିବା ସମୟରେ ଅଭିଯୁକ୍ତ ମାନେ ତାକୁ ଖଣ୍ଡାରେ ଆକ୍ରମଣ କରିଥିଲେ।ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିଲା।ପରେ ଅଭିଯୁକ୍ତ ମାନେ ତାର ମୃତଦେହକୁ ଉଠାଇ ନେଇ ଏକ ଚାଷ ଜମି ରେ ଫୋପାଡ଼ି ଦେଇଥିଲେ।ଏବଂ ରାସ୍ତାରେ ପଡିଥିବା ରକ୍ତକୁ ବାଲି ପକାଇ ଦେଇଥିଲେ।ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିବା ଏସପି ଶ୍ରୀ ବିବେକ ସୂଚନା ଦେଇଛନ୍ତି।ଏବଂ ହତ୍ୟାକାଣ୍ଡ ରେ ବ୍ୟବହୃତ ଖଣ୍ଡା, ରକ୍ତଭିଜା କପଡା ଆଉ ଗୋଟେ ଏକ୍ଟିଭା ଗାଡିକୁ ଜବତ କରିଛି ପୋଲିସ। ଖୁବଶୀଘ୍ର ମହେଶ୍ୱର ବେହେରାକୁ ଧରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.