ବାଲିଶଙ୍କରା ବ୍ଲକ ପରିସରରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼ (୨୨/୦୫) : ଆଜି ବାଲିଶଙ୍କରା ବ୍ଲକ ପରିସରରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମନୋଜ ମହାଜନ ଙ୍କ ଦ୍ଵାରା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I
ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ରେ ମୋଟ 92 ଟି ଅଭିଯୋଗ ଆସିଥିଲା I ସେଥିମଧ୍ୟରୁ 40 ଗୋଟି ବ୍ୟକ୍ତିଗତ ସମସ୍ୟା ଥିବାବେଳେ 52 ଗୋଟି ସାମୁହିକ ସମସ୍ୟା ଜନିତ ଅଭିଯୋଗ ଗୁଡିକ ଯଥା- ପାନୀୟ ଜଳ ସମସ୍ଯା, ଗ୍ରାମୀଣ ସଂଯୋଗ, ପେନସନ୍, ରାସନ କାର୍ଡ , ଜମିଜମା ସମସ୍ୟା , ସ୍ୱାସ୍ଥ୍ୟ, କ୍ଷୁଦ୍ର ଜଳସେଚନ ଆଦି ରହିଥିଲା I ସେହିପରି 23 ଗୋଟି ଅଭିଯୋଗ ର ତତ୍ କ୍ଷଣାତ୍ ସମାଧନ କରାଯାଇଥିଲା I
ଏହି ଜନ ଅଭିଯୋଗ ଶୁଣାଣି ରେ ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୁଞ୍ଜଲତା ଭିତ୍ରିଆ, ଉଭୟ ଜିଲ୍ଲା ପରିଷଦ ସଭ୍ଯ ‘କ’ ଏବଂ ‘ଖ’ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁରେନ୍ଦ୍ର ମାଝୀ, ଡେପୁଟି କଲେକ୍ଟର ( ଆପାତକାଳୀନ) ଶ୍ରୀମତୀ କୁନ୍ତୀ ନାୟକ, ଗୋଷ୍ଠି ଉନ୍ନୟନ ଅଧିକାରୀ ଜ୍ୟୋତିର୍ମୟୀ ପ୍ରଧାନ ତଥା ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I

nis-ad
Leave A Reply

Your email address will not be published.