ମହାନଦୀ କୂଳରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ

ଆଠଗଡ଼: ମହାନଦୀ କୂଳରୁ ଉଦ୍ଧାର ହୋଇଛି ଜଣେ ଯୁବତୀଙ୍କ ମୃତଦେହ। ମୁଣ୍ଡଳୀ ବ୍ରିଜ ଠାରୁ ୨ କିମି ଦୂର ଆଠଗଡ଼ ଖୁଣ୍ଟୁଣୀ ଥାନା ଅନନ୍ତପୁର ଗାଁ ପାଖ ମହାନଦୀ କୂଳରେ ମୃତଦେହ ଭାସୁଥିବାର ଦେଖି ଅଗ୍ନୀଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯଇଛି। ଘଟଣାସ୍ଥଳରେ ଖୁଣ୍ଟୁଣୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତକଙ୍କ ଦେହରେ କଳା ରଙ୍ଗର ପ୍ୟାଣ୍ଟ ଓ ନୀଳ ରଙ୍ଗର ସାର୍ଟ ରହିଥିବା ଦେଖିବାକୁ ମିଳିଛି । ଦୁଇ ଦିନ ତଳେ ମୁଣ୍ଡଳୀ ସେତୁ ନିକଟରେ ଏକ ସ୍କୁଟି ରଖି ଜଣେ ଯୁବତୀ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ସନ୍ଦେହ କରାଯାଇଥିଲା । ପରେ ଖବର ପାଇ ଆଠଗଡ଼ ପୋଲିସ୍ ଓ ଗୋଡିସାହି ପୋଲିସ୍ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସନ୍ଦେହ ସୃଷ୍ଟି ହେବାରୁ ଆଠଗଡ଼ ଅଗ୍ନୀଶମ ବିଭାଗ ଓ କଟକରୁ ଓଡରାଫ ଟିମ୍ ମାଧ୍ୟମରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରାଯାଇଥିଲା । ବିଭାଗୀୟ କର୍ମଚାରୀ ମାନେ ନିରାଶ ହେବା ପରେ ପୁଣି ଗତକାଲି ଦିନରେ ପୁନର୍ବାର ଖୋଜାଖୋଜି କରାଯାଇଥିଲେ ମଧ୍ୟ ନିରାଶ ହେବାକୁ ପଡିଥିଲା। ତେବେ ଆଜି ସକାଳୁ ମହାନଦୀରେ ଏକ ଅଚିହ୍ନା ଶବ ଭାସୁଥିବା ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍, ଖୁଣ୍ଟୁଣୀ ପୋଲିସ୍ ଓ ଆଠଗଡ ଅଗ୍ନୀଶମ ବିଭାଗ ପହଞ୍ଚି ଶବ ବଟିକୁ ଉଦ୍ଧାର କରିଛନ୍ତି।

nis-ad
Leave A Reply

Your email address will not be published.