*ସଳଙ୍ଗାବାହାଲ ଠାରୁ ବିହାର ବୋଡ଼ର ରାସ୍ତା କଚ୍ଛପ ଗତିରେ…
ପ୍ରଶାସନ ଓ ଠିକାଦାର ମଧ୍ୟରେ ଚୋରାପୀରତି…!!
*ସମୟ ସୀମା ଭିତରେ କାର୍ଯ୍ୟ ସାରିବା କୁ ନେଇ ପ୍ରଶ୍ନ ବାଚୀ..
ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଆନ୍ତର୍ଗତ ରାଏଵଗା ଥାନା ଅଧିନସ୍ଥ ସଳଙ୍ଗାବାହାଲ ଠାରୁ ବିହାର ବଡର ପର୍ଯ୍ୟନ୍ତ ହେଉଥିବା ରାସ୍ତା ନିର୍ମାଣ ବନ୍ଦହୋଇ ପଡିରହିଛି ! ଏହି ରାସ୍ତା ନିର୍ମାଣ ଜାନୁଆରି ୨୦୨୪ ରିଖ ଦିନରୁ ଆରମ୍ଭ ହୋଇଥିଲା ବେଳେ ଶେଷ ସ୍ରମୟ ଡିସେମ୍ବର ୨୦୨୪ ମାସ ପଯ୍ୟନ୍ତ ଥିଲା ! ଓଡିଶା ସରକାର କୋଟି କୋଟି ଟଙ୍କା ଗୋଟିଏ ଭଲ ରାସ୍ତା ନିର୍ମାଣ କରିବାକୁ ଅନୁଦାନ କରିଥାନ୍ତି, କିନ୍ତୁ ଠିକେଦାର ବାବୁ ମାନେ ଟେଣ୍ଡର ପକାଇ ସରକାରୀ ନିୟମର ଚୁକ୍ତି ନାମା କରି କାମ ନେଇଁ ଆସି ପ୍ରଥମ ଦିନ ଠାରୁ ହିଁ ନିୟମ ର ଖିଲାପ ଯାଇ ଅତି ରୁ ଅତି ନିମ୍ନ ମାନର କାର୍ଯ୍ୟ କରନ୍ତି ଯାହାକି ମନ୍ତ୍ରୀ ଓ ଯନ୍ତ୍ରୀ ଙ୍କୁ ମୋଟା ଆକାର ବଟି ବା ପି ସି ଦେଇ ଖାମ ଖିଆଲି ଭାବରେ କାମ କରିଥାନ୍ତି l ବାବୁ ମାନେ ଏସି ରୁମ ଭିତରେ ବସି କାର୍ଯ୍ୟ ର ଦେଖାଶୁଣା କରିବା ଦେଖାଯାଏ ! ସୂଚନା ଥାଉକି ଏହି ରାସ୍ତାଟି ୦/୦ ରୁ ଆରମ୍ଭ କରି ୯. ୪୦୦ କିଲୋ ମିଟର ପର୍ଯ୍ୟନ୍ତ କରାଯିବ ଯାହାର ମୋଟ ଅଟକକ ପରିମାଣ ୧୧ କୋଟି , ୭୭ ଲକ୍ଷ୍ୟ , ୪୦ ହଜାର ,୮୫୦ ଟଙ୍କା ରହିଛି ! ଠିକେଦାର କଥାରେ ଅଛି ସରକାର କା ମାଲ ଡରିଆ ମେ ଡ଼ାଲ ନୀତି ରେ ଅତି ନିମ୍ନ ମାନର ଓ ବେପରୁଆ ଭାବେ କାର୍ଯ୍ୟ ଅତି କଚ୍ଛପ ଗତିରେ କରୁଛି ଯାହାଫଳରେ ଲୋକେ ହନ୍ତ ସନ୍ତ କୁ ନେଇ ମଧ୍ୟ ଅଭିଯୋଗ ବି ଆସୁଛି l ଏଠାରେ ସୂଚନା ଥାଉକି ତଳ ଦିନେ ମନ୍ତ୍ରୀ ଠିକାଦାର ମାନଙ୍କୁ ତାଗିଦ କରାଯିବା ସହିତ ନିର୍ଦ୍ଧିଷ୍ଟ ସମୟ ରେ କାର୍ଯ୍ୟ ଯଦି ଶେଷ ନକରନ୍ତି ତେବେ କଠୋର ପଦକ୍ଷେପ ନିଆ ଯିବ ବୋଲି ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇଥିଲେ କିନ୍ତୁ ଏହା ଧର୍ମକୁ ଆଖିଠାର କହିଲେ କିଛି ଭୁଲ ହେବ ନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଉକ୍ତ ରାସ୍ତା କାମରେ ନିୟଜିତ ଶ୍ରମିକ ମାନଙ୍କୁ ମଧ୍ୟ ପାରିଶ୍ରମିକ ଟଙ୍କା ବି ଦେଇ ନଥିବା ବି ଅଭିଯୋଗ ହୋଇଛି l ଏଠାରେ ଶ୍ରମିକ ମାନଙ୍କୁ ମାନସିକ ସ୍ତରରେ ନିର୍ଯାତନା ଦିଆଯାଉଛି ତଥାପି ଶ୍ରମ ଅଧିକାରୀ ନିଜ ଭାଗ ଠିକାଦାର ଙ୍କ ଠାରୁ ନେଇ ଚୁପ l ଏହି ରାସ୍ତା ଅଧା ପାନ୍ତରୀୟା କାହିଁକି ନିର୍ମାଣ କରାଯାଇଛି ତାହାକୁ ନେଇ ଅଭିଯୋଗ କଲେ ମିଳୁଛି ଧମକ, ସ୍ଥାନୀୟ ଜେ. ଇ କିମ୍ବା ପ୍ରଶାସନ କୁ ଅଭିଯୋଗ କଲେ କୌଣସି ଫଳ ବି ମିଳୁନି ! ଏହି ରାସ୍ତା ନିର୍ମାଣ କରାଯାଉଥିବା ସମୟରେ ଠିକ ଭାବରେ ମେଟଲିଙ୍ଗ କରା ଯାଉନାହିଁ, ରୋଲିଙ୍ଗ ମଧ୍ୟ ନାହିଁ, ପାଣି ମଧ୍ୟ ଦିଆ ଯାଉ ନାହିଁ ଏବଂ ରାସ୍ତାର ଅନେକ ଜାଗାରେ ଖାଲ ଖମା କରି ଛାଡି ଦେଇଛନ୍ତି l ଯାହାଫଳରେ ଏହି ରାସ୍ତା ରେ ବାରମ୍ବାର ଦୁର୍ଘଟଣା ଘଟୁଛି l ରାସ୍ତା ରେ ଯାନ ବାହାନ ଯାତାୟତ ଫଳରେ ଲୋକମାନେ ଧୂଳି ଧୂଷର ନେଇଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ! ଓଡିଶା ଓ ଝରାଖଣ୍ଡ କୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ପ୍ରତିଦିନ ହଜାର ହଜାର ଭାରି ଜାନ ଯାତାୟତ କରିଥାଏ ଯାହା ଫଳରେ ସଡକ ଦୁର୍ଘଟଣାରେ ଲୋକଙ୍କର ଅମୁଲ୍ୟ ଜୀବନ ମଧ୍ୟ ଯାଇଥିବା ନଜିର ରହିଛି ! ଏହାକୁ ନେଇ ଅଞ୍ଚଳ ର ଗ୍ରାମ ବାସୀମାନେ ତୀବ୍ର ବିରୋଧ କରିଛନ୍ତି ! ଯଦି ଶୀଘ୍ର ରାସ୍ତା ନିର୍ମାଣ କରାନଯାଏ ତେବେ ଆଗାମୀ ଦିନରେ ଗ୍ରାମ ବାସୀମାନେ ଏକଜୁଟ ହୋଇ ରାଜ ରାସ୍ତାକୁ ଓଲ୍ହାଇବେ ସହିତ ତୀବ୍ର ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି l