ବାଲି ମାଫିଆ ମାନଙ୍କ ମୁଖ୍ୟମନ୍ତ୍ରୀ- ଖଣିମନ୍ତ୍ରୀ- ରାଜସ୍ୱ ମନ୍ତ୍ରୀ ଙ୍କୁ ଖୋଲା ଚ୍ୟାଲେଞ୍ଜ : ନଦୀ ହିଡ଼ କାଟି ବାଲି ଲୁଟ…..!
ଜିଲ୍ଲା ପ୍ରଶାସନ କୋମା ରେ.. ମୁଣ୍ଡ ଗଡିବାକୁ ଅପେକ୍ଷା..!
ବାଃ ବାଃ ରେ ଡ଼ବଲ ଇଞ୍ଜିନ…..!
ବ୍ରହ୍ମପୁର: ଏବେ ବାଲି ମାଫିଆ ମାନଙ୍କୁ ସ୍ଥାନୀୟ ନେତା ମାନଙ୍କ ଛତ୍ର ଛାୟା ତଳେ ଆଶ୍ରୟ ମିଳିବା ପରେ ଆଇ ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି। ଆସିକା ସହର ର ଉଭୟ ପାର୍ଶ୍ଵ ଦେଇ ଋଷି କୂଲ୍ୟା ଓ ବଡ଼ନଦୀ ପ୍ରବାହିତ ହେଉଛି। ଉଭୟ ନଦୀରେ ବର୍ଷା ଜଳ ଆସିଲେ ଆସିକା ଅଞ୍ଚଳ ବାସୀ ଭଗବାନ ଭରସା ରେ ରୁହନ୍ତି। ଏପଟେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ନିର୍ମାଣ କରନ୍ତି, ନଦୀର ବନ୍ୟା ଜଳ ସହର ମଧ୍ୟକୁ ପ୍ରବେଶ ନକରିବା ପାଇଁ। ହେଲେ କିଛି ଅସମାଜିକ ବ୍ୟକ୍ତି ବିଶେଷ ଶାସକ ଦଳର ମୁଖିଆ ଓ ବିଭାଗୀୟ ମନ୍ତ୍ରୀ ମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଆସିକା ସୁନାମ୍ବ ସାହି ନିକଟରେ ଥିବା ଋଷିକୂଲ୍ୟା ନଦୀର ହିଡ଼ କୁକାଟି ଚୋରା ବାଲି ଚାଲାଣ କରୁଛନ୍ତି। ବାଲି ମାଫିଆ ମାନଙ୍କ ସହ ନେତା, ବାବୁ, ମନ୍ତ୍ରୀ ମାନଙ୍କ ଆଶୀର୍ବାଦ ଯୋଗୁଁ ଶେଷରେ ନଦୀ ହୁଡ଼ା ମଧ୍ୟ କାଟିବାରେ ମାଫିଆ ମାନେ ସକ୍ଷମ ହେଲେ ବୋଲି ଆଜି ଚର୍ଚ୍ଚା ହେଉଛି।ନଦୀରେ ଦୁର୍ଭାଗ୍ୟ ବଶତଃ ବର୍ଷା ଦିନେ ବନ୍ୟା ଜଳ ଆସେ ତାହା ହେଲେ ମନୁଷ୍ୟ କୃତ ବନ୍ୟା ଆସିକା ବାସୀଙ୍କ ପାଇଁ କାଳ ହେବ। ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଯେପରି ଚୋରା ବାଲି ଚାଲାଣ ହେଉଛି। ଅପରାଧ ତତ୍ତ୍ୱ ମାନେ ବାଲି ମାଫିଆ ମାନଙ୍କ ସହ ହାତକୁ ହାତ ମିଶାଇ ଡ଼ବଲ ଇଞ୍ଜିନ ସରକାର କୁ ଖୋଲା ଚ୍ୟଲେଞ୍ଜ ଦେବା ଘଟଣା ହାଟରେ ପଡି ଦାଣ୍ଡ ରେ ଗଡ଼ିଲାଣି। ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ରାସ୍ତା ଘାଟ, ନଦୀ ବନ୍ଧ ନିର୍ମାଣ ହେଉଥିବା ବେଳେ ସ୍ଥାନୀୟ ନେତା, ବାବୁ ମାନଙ୍କ ଆଶୀର୍ବାଦ ଯୋଗୁଁ ଆଜି ବାଲି ମାଫିଆ ମାନେ କେଉଁଠି ନଦୀବନ୍ଧ କାଟି ଉକ୍ତ ରାସ୍ତାରେ ଗାଡ଼ି ଯିବା ଆସିବା ପାଇଁ ରୋଡ଼ ନିର୍ମାଣ କରୁଛନ୍ତି, ଯେଉଁ ରାସ୍ତା ଦେଇ ଭାରି ଯାନରେ ବାଲି ଚାଲାଣ ହେଲେ ରୋଡ଼ ନଷ୍ଟ ହେଉଥିବା ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।