ଭିଜିଲାନ୍ସ ଜାଲରେ ଗାଇସିଲେଟ ଥାନା IIC, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ବରଗଡ଼ : ଗାଇସିଲେଟ ଥାନା ଆଇ ଆଇ ସିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆଇ ଆଇ ସି ବୀରବର ଭଗତଙ୍କ ସରକାରୀ ଓ ବେସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଗାଇସିଲେଟ ଥାନା , ସରକାରୀ ବାସଭବନ ସହ ସମ୍ବଲପୁରରେ ଦୁଇଟି ସ୍ଥାନରେ ଚାଲିଛି ଚଢ଼ାଉ । ସମୁଦାୟ ୪ ଗୋଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ ।ବୀରବର ଭଗତ ପଦ୍ମପୁର ଉପଖଣ୍ଡରେ ବହୁ ଦିନ ହେବ ବିଭିନ୍ନ ଥାନା ଗୁଡ଼ିକରେ କାର୍ଯ୍ୟ କରି ଆସୁଛନ୍ତି।

ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସବିଶେଷ ତଥ୍ୟ ଭିଜିଲାନ୍ସ ପକ୍ଷରୁ ଦିଆଯାଇନାହିଁ । ରେଡ୍‌ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏହି ତଥ୍ୟ ଦିଆଯିବ ବୋଲି ସୂଚନା ରହିଛି ।

nis-ad
Leave A Reply

Your email address will not be published.