ଭୁବନେଶ୍ବର: ପୁଣି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଆସିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ କେବେ ଆସିବେ ସେନେଇ ସ୍ପଷ୍ଟ କରି କହିନାହାନ୍ତି ।
ଏନେଇ ମନମୋହନ କହିଛନ୍ତି, ଆସନ୍ତା ୨୮, ୨୯, ୩୦ ଭିତରୁ ଦୁଇଟା ଦିନ ଓଡ଼ିଶା ଗସ୍ତରେ ଅମିତ୍ ଶାହ ଆସିବେ । ତେବେ ଭୁବନେଶ୍ବରରେ ବିଧାୟକଙ୍କ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜିତ ହୋଉଥିବା ବେଳେ ଏଥିରେ ଯୋଗ ଦେବେ ଶାହ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକମାନଙ୍କୁ ଗୁରୁମନ୍ତ୍ରଣା ଦେବେ କେନ୍ଦ୍ର ଗୃହମନ୍ତ୍ରୀ । ଏତିସହିତ ଶାହଙ୍କ ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।