ପୁରୀ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ 5T ସଚିବ ଭି.କେ ପାଣ୍ଡିଆନ

ପୁରୀ : ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି 5T ସଚିବ। ଏଥିସହିତ ଶ୍ରୀମନ୍ଦିର ସମ୍ମୁଖରେ ଚାଲୁଥିବା ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି ।

ଶ୍ରୀଜିଉଙ୍କୁ ଦର୍ଶନ ପରେ ବେଢା ପରିକ୍ରମା କରିବା ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ ପାର୍ଶ୍ୱଦେବାଦେବୀ ମନ୍ଦିରରେ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ଭିତରେ ସେ ପ୍ରାୟ ୪୦ ମିନିଟ ଅତିବାହିତ କରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି।

nis-ad
Leave A Reply

Your email address will not be published.