ସନାତନ ଚୌଧୁରୀ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସହ ଛଅଜଣକୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଗତ ୫ ତାରିଖର ରାତିରେ ବଡବଜାର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଜଣେ ବସ ହକର ସନାତନ ଚୌଧୁରୀ କୁ ଅତି ନିର୍ମମଭାବେ ହତ୍ୟା କରାଯାଇଥିଲା। ଶନିବାର ରାତିରେ ନିଜ କାମ ସାରି ଗାଡି ଯୋଗେ ଘରକୁ ଫେରିବା ସମୟରେ ପୂର୍ବରୁ ଛକି ବସିଥିବା କିଛି ଦୁର୍ବୃତ୍ତ ତାଙ୍କୁ ତାଙ୍କୁ ଆତର୍କିତ ଭାବେ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ସଂଘବଦ୍ଧ ଭାବେ ବାରମ୍ବାର ଖଣ୍ଡାରେ ଆକ୍ରମଣ କରିବା ପରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।ଖବର ପାଇ ଘଟଣା ସ୍ଥଳରେ ଏସ୍ଡ଼ିପିଓ ରାଜୀବ ଲୋଚନ ପଣ୍ଡା, ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ପହଞ୍ଚି ତଦନ୍ତ କରିଥିଲେ। ଏନେଇ ବଡବଜାର ଥାନାରେ କେସ ନମ୍ବର ୧୪୫/୨୩ରେ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକଙ୍କ ନିର୍ଦଶ କ୍ରମେ ଟାଉନ ଏସ୍ଡ଼ିପିଓ ରାଜୀବ ଲୋଚନ ପଣ୍ଡା ଙ୍କ ନେତୃତ୍ୱରେ ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଏବଂ ଆଇ ଆଇ ସି ବିବେକାନନ୍ଦ ସ୍ୱାଇଁ କୁ ନେଇ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ହତ୍ୟାକାଣ୍ଡ ର ବିଭିନ୍ନ ଦିଗକୁ ନେଇ ପୋଲିସ ଅନୁସନ୍ଧାନ ଜାରି ରଖିଥିଲା। ତେବେ ଏହି ହତ୍ୟା କାଣ୍ଡର ମୁଖ୍ୟ କାରଣ ଜାଣିବାକୁ ପାଇଥିଲା ପୋଲିସ। ହତ୍ୟାର ଶିକାର ହୋଇଥିବା ସନାତନ ଚୌଧୁରୀ ଙ୍କ ତିନୋଟି ସ୍ତ୍ରୀ ରହିଥିବା ବେଳେ ଦ୍ୱିତୀୟ ପତ୍ନୀ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପ୍ରଥମ ପତ୍ନୀଙ୍କ ବଡ଼ ଝିଅକୁ ଜେଲରେ ରହିଥିବା ନିମଖଣ୍ଡି ପେଣ୍ଠ ର ଜଣେ ଅପରାଧି ପ୍ରଦୀପ ସାହୁଙ୍କସହିତ ସମ୍ପର୍କ ରହିଥିଲା । ନିକଟରେ ସେହି ଝିଅର ମୃତ୍ୟୁ ଘଟିଥିଲା।ଯାହାକୁ ନେଇ ଅଭିଯୁକ୍ତ ପ୍ରଦୀପ ସାହୁ ,ସନାତନ ଚୌଧୁରୀ ଗୁଣି ଗରେଡି କରି ମାରିଥିବା ନେଇ କଳ୍ପନା କରିଥିଲା।ପରେ ସନାତନ ଚୌଧୁରୀ କୁ ମାରିବା ପାଇଁ ଯୋଜନା କରିଥିଲା।ପ୍ରଦୀପ ର ଭାଇ ପ୍ରଶାନ୍ତ ସାହୁ କୁ ମାରିବା ପାଇଁ ଜେଲରୁ ନିର୍ଦେଶ ଦେଇଥିଲା।ପ୍ରଶାନ୍ତ ସାହୁ ତାର ସହଯୋଗୀ ଭୁବନେଶ୍ୱର ବାରମୁଣ୍ଡା ର ପ୍ରକାଶ ଖଟୁଆ, ଗୋପାଳପୁରର ଶିଵ ନାୟକ, ପ୍ରହ୍ଲାଦ ନଗର ପ୍ରଥମ ଗଳିର କାଳିଆ ସାହୁ ଓରଫ ଲସି, ଲକ୍ଷ୍ମୀ ନୃସିଂହ ସାହିର ରାମ ରାଉଳ, ଗୋଳନ୍ଥରା ବ୍ରାହ୍ମଣ ସାହିର ରାହୁଲ ପଣ୍ଡା କୁ ନେଇ ଯୋଜନା କରିଥିଲା।ଗତ ୫ତାରିଖ ସନ୍ଧ୍ୟାରେ ଏମାନେ ସନାତନ ଚୌଧୁରୀ କୁ ପିଛା କରି ତାର ଘର ଯିବା ରାସ୍ତାରେ ଅନ୍ଧାର ସୁଯୋଗ ନେଇ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ।ଫଳରେ ଘଟଣା ସ୍ଥଳରେ ସନାତନ ର ମୃତ୍ୟୁ ଘଟିଥିଲା।ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି।ସମସ୍ତ ଅଭିଯୁକ୍ତଙ୍କ ବିରୋଧ ରେ ପୂର୍ବରୁ ବହୁ ଥାନାରେ ମାମଲା ରହିଥିବା ଏସପି ଡା. ସର୍ବଣା ବିବେକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୋଲିସ ସେମାନଙ୍କ ଠାରୁ ହତ୍ୟାରେ ରେ ବ୍ୟବହୃତ ଖଣ୍ଡା, ଗୋଟେ ସୁନା ଚେନ, ସାତ ଟି ମୋବାଇଲ ଏବଂ ଦୁଇଟି ମୋଟର ସାଇକେଲ ଜବତ କରିଛି।

nis-ad
Leave A Reply

Your email address will not be published.