ସ୍କୁଟି ଉପରେ ଚଢ଼ିଗଲା ଘରୋଇ ଯାତ୍ରୀବାହୀ ବସ୍ , ଜଣେ ମୃତ ଓ ଜଣେ ଗୁରୁତର

ହିଞ୍ଜିଳିକାଟୁ (୧୭।୫) : ସ୍କୁଟି ଉପରେ ମାଡ଼ିଗଲା ଘରୋଇ ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ସ୍କୁଟି ଚଳାଉ ଥିବା ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ଯୁବକ ଗୁରୁତର ହୋଇଛନ୍ତି । ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସାରୁ ଓ ସମରଝୋଳ ଛକ ମଧ୍ୟରେ ଥିବା ପେଟ୍ରୋଲ ପମ୍ପ ଆଗରେ ଵୁଧବାର ଅପରାହ୍ନରେ ଏଭଳି ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି । ମୃତ ଜଣକ ହେଲେ ହିଞିଳିକାଟୁ ନଵିନଭଵନ ସାହିର ରୋଶନ ଵେହେରା ୨୪ ଓ ଗୁରୂତର ଜଣକ ହେଲେ ହିଞିଳିକାଟୁ ରାଜା ସାହି ଛକ ବାସିନ୍ଦା ମନୋଜ କୁମାର ଦାସ।
ସୂଚନା ମୁତାବକ, ଵ୍ରହ୍ମପୁର ଠାରୁ କୁରୁଳା ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ନଂ ଓଆର ୦୨ଏଏନ ୬୪୦୨ ସମରଝୋଳ ଛକ ଓ ସାରୁ ଛକ ମଧ୍ୟରେ ଥିବା ପେଟ୍ରୋଲ ପମ୍ପ ଆଗରେ ରୋଶନ ଓ ମନୋଜ ସ୍କୁଟି ନଂ ଓଡି07 ଏଇ ୭୬୧୮ ରେ ପେଟ୍ରୋଲ ପକାଇ ଵ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ସ୍କୁଟି ଉପରେ ଯାତ୍ରୀବାହୀ ବସ ଚଢିଯାଇଥୁଲା। ।

ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ରୋଶନଙ୍କ ମୃତ୍ୟୁ ହୋଇଥିବାବେଳେ ମନୋଜ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପ୍ରବଳ ଜନଗହଳି ଲାଗିଥିଲା। ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ବାଇକ ଓ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଥିଲା। ଖବର ପାଇ ହିଞ୍ଜିଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଵସଚକା ତଳୁ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ କୁ ପଠାଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ସହିତ ଶବ ସହ ଉଭୟ ଗୁଡିକୁ ଜବତ କରି ଥାନାକୁ ନେଇଥିଲା । ଏନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

nis-ad
Leave A Reply

Your email address will not be published.