ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ କୁ ଓହ୍ଲାଇଲେ ଅଣ ଅନୁଷ୍ଠାନିକ ଶିକ୍ଷକ ସଂଘ…

ଉତ୍କଳ ଆଶ୍ରମ ସଭା ଗୃହରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ସଭାପତି ଯୋଗେନ୍ଦ୍ର ସ୍ୱାଇଁ

ବ୍ରହ୍ମପୁର : ସରକାରଙ୍କ ଏନଏଫଇ ଯୋଜନା ରେ ୧୯୮୬ମସିହାରେ ନିଯୁକ୍ତି ପାଇଥିଲେ ବହୁ ଅଣ ଆନୁଷ୍ଠାନିକ ଶିକ୍ଷକ ମାନେ।ରାଜ୍ୟରେ ପାଞ୍ଚ ହଜାରରୁ ଅଧିକା ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୧୧୦୦ଜଣ ଶିକ୍ଷକ ନିଯୁକ୍ତି ପାଇଥିଲେ।କିନ୍ତୁ ୨୦୦୧ ମସିହାରେ ରାଜ୍ୟ ସରକାର ଏହି ଶିକ୍ଷକ ମାନଙ୍କୁ ଛୋଟେଇ କରିଥିଲେ।ଫଳରେ ବହୁ ଶିକ୍ଷକ ନିଜ ଜୀବିକା ହରାଇ ବସିଲେ ।ମାତ୍ର୧୦୫ ଟଙ୍କା ମାସିକ ଦରମାରେ ଏହି ଅଣ ଆନୁଷ୍ଠାନିକ ଶିକ୍ଷକ ଦୀର୍ଘ ବର୍ଷ କାମ କରି ଆସୁଥିଲେ ମଧ୍ୟ ୨୦୦୧ ମସିହାରୁ ନିଜ ରୋଜଗାର ହରାଇ ହତାଶ ହୋଇଥିଲେ ଶିକ୍ଷକ ମାନେ । ଏନେଇ ବାରମ୍ବାର ଆନ୍ଦୋଳନ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ୨୦୦୮ମେ ମାସରେ ରାଜ୍ୟ ସରକାର ଉକ୍ତ ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନ ଥିଲା । ଯାହାକୁ ନେଇ ସଙ୍ଘ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାର ଙ୍କୁ ବିଚାର କରି ପୁନଃ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିବା ସଙ୍ଘ ପକ୍ଷରୁ କୁହାଯାଇଛି।କିନ୍ତୁ ଉକ୍ତ ନିର୍ଦ୍ଦେଶ କୁ ଏଯାବତ ରାଜ୍ୟ ସରକାର କାର୍ଯ୍ୟକାରୀ କରି ନାହାଁନ୍ତି।ଯଦି ରାଜ୍ୟ ସରକାର ଅଣ ଅନୁଷ୍ଠାନିକ ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ମିଶ୍ର, ଉପଦେଷ୍ଟା ରବୀନ୍ଦ୍ର ଦାଶ ଙ୍କ ସମେତ ବହୁ ସଦସ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.