ରାଜ୍ୟସ୍ତରୀୟ ମୁଁଏଥାଇ ପ୍ରତିଯୋଗିତା – 2023 ରେ କନ୍ଧମାଳ ଖେଳାଳିଙ୍କ କୃତିତ୍ଵ

ଫୁଲବାଣୀ : ଚଳିତ ମାସ ୧୩ ଏବ୍ଂ ୧୪ ତାରିଖ ଦିନ ରାୟଗଡା ସ୍ଥିତ ଜି.ସି.ଡି ମହାବିଦ୍ୟାଳୟ ଠାରେ ୧୧ ତମ ରାଜ୍ୟ ମୁଁଏଥାଇ ପ୍ରତିଯୋଗିତା – ୧୦୨୩ ଉଦଯାପିତ ହୋଇଅଛି l ଓଡିଶା ମୁଁଏଥାଇ ଇଉନିୟନ୍ ର ଓଡିଶା ଅଲମ୍ପିକ୍ ଆସୋସିଏସନ ଦ୍ଵାରା ମାନ୍ୟତା ପ୍ରାପ୍ତ l ସମ୍ପାଦକ ଜ୍ଞାନରଞ୍ଜନ ମହାନ୍ତିଙ୍କ ନେତୃତ୍ଵରେ ମୋଟ୍ ୧୮ ଟି ଜିଲାରୁ ୨୦୦ ଜଣ ପ୍ରତିଯୋଗିଙ୍କୁ ନେଇ ଏହା ସଫଳ ରୂପେ ସମ୍ପାଦିତ ହୋଇଅଛି l ରାଜ୍ୟସ୍ତରର କନ୍ଧମାଳରୁ ସିନିୟର୍ ମହିଳା ବର୍ଗରେ ଶାଲିନି ସିଂ, ରୁପାଲୀ ନାୟକ ଏବ୍ଂ ସବ୍ କନିଷ୍ଠ ପୁରୁଷ ବର୍ଗ ରେ ଜଏଲ ଦିଗାଲଙ୍କ ସହ କନ୍ଧମାଳ ମୁଁଏଥାଇର ସମ୍ପାଦକ ଦେବାଶିସ ପ୍ରଧାନ ଅଂଶ ଗ୍ରହଣ କରିଥିଲେ l ମହିଳା ବର୍ଗ ୫୩ କେଜି ରେ ଶାଲିନି ସିଂ ଙ୍କୁ ଗୋଲ୍ଡ, ୪୫ କେଜିରେ ରୁପାଲି ନାୟକଙ୍କୁ ରୌପ୍ୟ ଏବ୍ଂ ୨୨ କେଜି ପୁରୁଷ ବର୍ଗରେ ଜଏଲ ଦିଗାଲଙ୍କୁ ଗୋଲ୍ଡ ପଦକରେ ସମ୍ମାନିତ କରା ଯାଇଛି l ସୂଚନା ଅନୁସାରେ ଗୋଲ୍ଡ ପଦକ ଧାରି ମାନେ ଚଳିତ ମାସ ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର ଚେନ୍ନାଇ ସହର ରେ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ମୁଁଏଥାଇ – ୨୦୨୩ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ନିମନ୍ତେ ଯିବେ l ଏଣୁ କନ୍ଧମାଳର ଶାଲିନି ସିଂଙ୍କୁ କୃତିତ୍ଵ ତଥା ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିବା ନିମନ୍ତେ ଫୁଲବାଣୀର ବରିଷ୍ଠ ଛାତ୍ର କାହ୍ନା ପଟ୍ଟନାୟକ ଏବଂ ମହାତ୍ମା ସାହାଣୀ କୃତଜ୍ଞତା ଜଣାଇବା ସହ ସବୁ ସ୍ଥାନରୁ ଉତ୍ସାହିତର ସୁଅ ଛୁଟିଛି l

nis-ad
Leave A Reply

Your email address will not be published.