ସିମନବାଡ଼ିରେ ମାଓବାଦୀଙ୍କ ଉପସ୍ଥିତି ଜାହିର : ଲାଲ ବ୍ୟାନର ମାରି ୧୨ ଦଫା ଦାବି ନେଇ ୧୫ ରେ ବନ୍ଦ ଡାକରା

ଦାରିଙ୍ଗବାଡି (୧୪/୫): ପୁଣି ଉପସ୍ଥିତି ଜାହିର କଲେ ସିପିଆଇ ପୂର୍ବ ଜୋନାଲ ବ୍ୟୁର ମାଓବାଦୀ । ଦାରିଙ୍ଗବାଡି ଥାନା ଅଞ୍ଚଳ ୫୯ ନମ୍ବର ଜାତୀୟ ରାଜପଥ ସ୍ଥିତ ସିମନବାଡ଼ି ର ଟୋଲଗେଟ୍ ଓ ବୁଡ଼ାଗୁଡ଼ା ଛକ ଠାରେ ଲାଲ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଏହି ବ୍ୟାନର ମାଧ୍ୟମରେ ୧୨ ଗୋଟି ଦାବୀ ଉପସ୍ଥାପନ କରିବା ସହ ମେ ୮ ତାରିଖରୁ ୧୪ ଜୁନ ପର୍ଯ୍ୟନ୍ତ ଅଧିକାର ଅଭିଯାନ ଓ ମେ ୧୫ ତାରିଖ ଦିନ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ବୌଦ୍ଧ, ନୟାଗଡ଼ , ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ଆଉ ଏହି ବନ୍ଦ ଡାକରା କୁ ସମର୍ଥନ କରି ଧାରଣା, ଅନ୍ଦୋଲୋନ ଓ ରାସ୍ତାରୋକ କରିବା ପାଇଁ ଆହ୍ବାନ ଦେଇଛନ୍ତି। ଗରିବ ତଥା ଆଦିବାସୀ ପରିବାର ଙ୍କୁ ଆବାସ ଯୋଜନାରେ ସାମିଲ କରି ପିଡିଏସ ଚାଉଳ ସମେତ ତେଲ, ଲୁଣ ଓ ଡାଲି ମାଗଣାରେ ପ୍ରଦାନ କରିବା, ଦରଦାମ ବୃଦ୍ଧି ବନ୍ଦ କରିବା, ସବୁ ଗାଁ କୁ ପକ୍କା ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ୍ ସେବା ଯୋଗାଇ ଦେବା,୧୦୦ ୟୁନିଟ ବିଜୁଳି ମାଗଣାରେ ଯୋଗାଇ ଦେବା, ପ୍ରତ୍ୟେକ ପଞ୍ଚାୟତରେ ସ୍ବାସ୍ଥ୍ୟ କେନ୍ଦ୍ର କରି ଅଭିଜ୍ଞ ଡକ୍ଟର ଙ୍କୁ ନିଯୁକ୍ତି, ପ୍ରତି ପଞ୍ଚାୟତରେ ଆଦର୍ଶ ସ୍କୁଲ ନିର୍ମାଣ, ବନ୍ଦ ହୋଇଥିବା ସ୍କୁଲ କୁ ଖୋଲାଯିବା ସହ ଶିକ୍ଷକ ପଦବୀ ପୂରଣ, ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କୁ ୩ ହଜାର ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ ସହ ମୁକ୍ତ ଉଚ୍ଚ ଶିକ୍ଷା, ବିସ୍ଥାପନ ବନ୍ଦ କରିବା, ବକ୍ସାଇଟ , କୋଇଲା ଓ ଅନ୍ୟ ଖଣିଜ ପଦାର୍ଥ ଖନନ ପାଇଁ ଦିଆ ଯାଇଥିବା ଲିଜ ବାତିଲ, ଅଙ୍ଗନବାଡ଼ି, ଆଶା କର୍ମୀ ଓ ଶିକ୍ଷକଙ୍କ ଦାବୀ ପୂରଣ କରିବା ଭଳି ଦାବୀ ରହିଛି ।

nis-ad
Leave A Reply

Your email address will not be published.