ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି ଦାସ

ଭୁବନେଶ୍ୱର : ନବୀନ ନିବାସରେ ଦୀପାଳି ଦାସ । ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୀପାଳି ଦାସ । ସାଙ୍ଗରେ ଅଛନ୍ତି ଭାଇ ବିଶାଳ ଦାସ । ଆଜି ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିଥିଲେ ଦୀପାଳି । ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ।

ଝାରସୁଗୁଡ଼ାର ନୂତନ ନିର୍ମାଣ ପାଇଁ ତାଙ୍କ ବାପା ଦେଖିଥିବା ସ୍ୱପ୍ନକୁ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ପୂରଣ କରିବେ ବୋଲି ଆଶା ରଖିଛନ୍ତି ଦୀପାଳି। ବିଜେଡିର ବରିଷ୍ଠ ନେତୃବୃନ୍ଦଙ୍କୁ ମଧ୍ୟ ଭେଟି ଆଶୀର୍ବାଦ ନେବେ ବୋଲି ଭୁବନେଶ୍ୱରରେ ପହଞ୍ଚିବା ପରେ ଦୀପାଳି କହିଥିଲେ ।

nis-ad
Leave A Reply

Your email address will not be published.