ୱାର୍ଡ କମିଟି ଓ ବୁଥ୍ କମିଟି ଗଠନ ପାଇଁ ପ୍ରସ୍ତୁତି ବୈଠକ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଜିଲ୍ଲା ପରିଷଦ ଜୋନ୍ ୨ ରେ ଆଜି ମାଲକାନଗିରି ବିଜୁ ଜନତା ଦଳ ତରଫରୁ କାଲିମେଳା ବ୍ଲକ ପ୍ରାଙ୍ଗଣରେ ଜିଲ୍ଲା ଆଇନଜୀବୀ ସାମୁଖ୍ୟ ସଭାପତି ତଥା ସାଧାରଣ ସମ୍ପାଦକ ଜିଲ୍ଲା ବିଜୁ ଜନତା ଦଳ ମାଲକାନଗିରି , କାଲିମେଳା ବ୍ଲକ ଜିଲ୍ଲା ପରିଷଦ ଜୋନ୍ ୨ ସଂଯୋଜକ ଗୋପାଳ କୃଷ ପଣ୍ଡାଙ୍କ ନେତୃତ୍ୱରେ ୭ ଟି ଗ୍ରାମ ପଞ୍ଚାୟତ ର ବିଜେଡି ସକ୍ରିୟ କର୍ମକର୍ତ୍ତା ଙ୍କୁ ନେଇ ୱାର୍ଡ କମ୍ମିଟି ଓ ବୁଥ୍ କମ୍ମିଟି ଗଠନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇ ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ୭ ଟି ଗ୍ରାମ ପଞ୍ଚାୟତ ର ସକ୍ରିୟ କର୍ମକାର୍ତ୍ତାଙ୍କ ସହ ବିଶେଷ ଭାବେ ଦଳୀୟ ଆଲୋଚନା କରିଛନ୍ତି ।

ଏହି ଅବସରରେ ମାଲକାନଗିରି ଜିଲ୍ଲା ବିଜେଡି ସହ ପର୍ଯ୍ୟବେକ୍ଷକ ସାମୁଏଲ୍ ନାୟକ ସମସ୍ତ ଉପସ୍ଥିତ ସକ୍ରିୟ ବିଜେଡି କର୍ମକାର୍ତ୍ତାଙ୍କୁ ସମସ୍ତ ପଞ୍ଚାୟତ ର ପ୍ରତ୍ୟକ ୱାର୍ଡ ସ୍ତରରେ ୱାର୍ଡ କମ୍ମିଟି ଓ ବୁଥ୍ କମ୍ମିଟି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ବିଜେଡି ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ,କାଲିମେଳା ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ ,କାଲିମେଳା ଜିଲ୍ଲା ପରିଷଦ ଜୋନ୍୨ ସଭ୍ୟା ମମତା ପଡ଼ିଆମୀ ,କାଲିମେଳା ସାଂସଦ ପ୍ରତିନିଧି ଇ . ଭେଙ୍କେଟ ରାଓ ,କାଲିମେଳା ସରପଞ୍ଚ ପୃଥିବୀ ରାଜ ମାଝୀ ,ପୂର୍ବତ୍ତନ ବ୍ଲକ ସଭାପତି ତଥା ମାଥିଲି ସଂଯୋଜକ ସର୍ବ ବିଶୋଇ ,ପୂର୍ବତ୍ତନ ଯୁବ ସଭାପତି ନିରଦ ମିସ୍ତ୍ରୀ ,କାଲିମେଳା ଜୋନ୍ 3 ସଭାପତି ସୁବ୍ରତ ଶୀଲ ,ବିଜେଡି ବରିଷ୍ଠ ନେତା କାର୍ତିକ ଦେବନାଥ ,ଶଙ୍କର ହାଲଦାର,ଦିଲ୍ଲୀପ ବିଶ୍ୱାସ ,ସୁଜୟ ମିସ୍ତ୍ରୀ ,କେ .ରାହୁଲ ,ବସନ୍ତ ନାୟକ ଓ ବିଭୁତି ଭୂଷଣ ପ୍ରମୁଖଙ୍କ ସହ ସମସ୍ତ ପଞ୍ଚାୟତ ସଭାପତି ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.