ସରକାରୀ ସହାୟତା ନମିଳିବାରୁ ସହାୟତା କଲା ହୋମଗାର୍ଡ ସଂଘ…

ଫୁଲବାଣୀ/ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନାରେ କାର୍ଯ୍ୟରତ ହୋମଗାର୍ଡ ନକୁଳ ମନ୍ତ୍ରୀଙ୍କ ଅକାଳ ବିୟୋଗ ହୋଇଯିବା ହେତୁ ତାଙ୍କ ପରିବାର ସଦସ୍ୟଙ୍କୁ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ନିଷ୍ପତ୍ତି ପ୍ରକାରେ ଗୋଟିଏ ଦିନର ଦରମା ଟଙ୍କା ଆର୍ଥିକ ସହାୟତା ଏବଂ କିଛି ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି ମୃତ ନକୁଳ ମନ୍ତ୍ରୀଙ୍କ ପରିବାରଙ୍କୁ। ଉକ୍ତ କାର୍ଯ୍ୟକ୍ରମଟିକୁ ବ୍ରାହ୍ମଣୀଗାଁ ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀଙ୍କ ସହଯୋଗରେ ଅନଳ ରଣସିଂଙ୍କ ନେତୃତ୍ବରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉକ୍ତ କାର୍ଯ୍ୟକ୍ରମ ସମୟରେ ରମେଶ ମଲ୍ଲିକ। କୃଷ୍ଣ କୁମାର ନାୟକ, ଜିତେନ୍ଦ୍ର କୁମାର ରାଜଗୁରୁ, ସୁରେନ୍ଦ୍ର ସାହାଣୀ ଏବଂ ବ୍ରାହ୍ମଣୀ ଗାଁ ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ଉପସ୍ଥିତ ରହି ମୃତ ନକୁଳ ମନ୍ତ୍ରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହିତ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଦେଖିବାକୁ ମିଳୁଛି। କୋଣସି ହୋମଗାର୍ଡ ଭାଇ ଭଉଣୀଙ୍କ ଅକାଳ ବିୟୋଗ ହେଲେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁନଥିବାରୁ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ଆଗାମୀ ଦିନରେ ସଂଘ ମାଧ୍ୟମରେ ସମସ୍ତ ଥାନାର ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ଅବସର କାଳିନ ଏବଂ ଅକାଳ ବିୟୋଗ ସମୟରେ ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ପରିବାର ସଦସ୍ୟଙ୍କୁ ଏପରି ସହାୟତା ଯୋଗାଇ ଦେବା ପାଇଁ ନିଖିଳ ଉକ୍ତଳ ଗୃହରକ୍ଷୀ ମହାସଂଘ ଓ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ମୂଖ୍ୟ କର୍ମକର୍ତ୍ତା ନିଷ୍ପତ୍ତି ନେଇଛନ୍ତି l

nis-ad
Leave A Reply

Your email address will not be published.