ବିଲ ବିକ୍ରି ମନା କରିବାରୁ ପ୍ଳଟ ବେପାରୀ ଙ୍କ ପ୍ରାଣାନ୍ତକ ଆକ୍ରମଣ…


ହିଞ୍ଜିଳିକାଟୁ ୧୧।୫ ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳି ଗ୍ରାମର ଜୈନିକ ପ୍ଳଟ ବେପାରୀ ଙ୍କୁ ବୁରୁପଡା ଗ୍ରାମର ଜୈନିକ ବିଲ ମାଲିକ ବିଲ ବିକ୍ରି କରିବା ପାଇଁ ମନା କରିବାରୁ ମାରଣାତ୍ମକ ଆକ୍ରମଣ କରି ଚର୍ଚ୍ଚା ର କେନ୍ଦ୍ର ଵିନ୍ଦୁ ପାଲଟିଛି। ଆକ୍ରମଣ ର ଶିକାର ହୋଇଥିବା ଜଣକ ହେଲେ ହିଞିଳିକାଟୁ ବ୍ଳକ ଅନ୍ତର୍ଗତ ଵୁରୁପଡା ଗ୍ରାମର ମଳୋଜ କୁମାର ସ୍ବାଇଁ।

ସୂଚନା ମୁତାବକ, ଜୈନିକ ପ୍ଳଟ ବେପାରୀ ପୁରୁଣା ପେଟ୍ରୋଲ ପମ୍ପ ନିକଟକୁ ମନୋଜ କୁମାର ସ୍ବାଇଁ ଙ୍କୁ ଫୋନ କରି ଡକାଈଥିଲେ । ପ୍ଳଟ ଵେପାରୀ ମନୋଜଙ୍କୁ ପଶ୍ଚିମ ପଛ ମୁଣ୍ଡ ବିଲ ମୋତେ ବିକ୍ରି କରିବା ପାଇଁ କହିଥିଲେ। ମନୋଜ ଉକ୍ତ ବିଲ ବିକ୍ରି କରିବା ପାଇଁ ମନା କରିବାରୁ ସେଠାରେ କଥା କଟାକଟି ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପ୍ଳଟ ଵେପାରୀ ଜଣକ ମାରଣାତ୍ମକ ଆକ୍ରମଣ କରିବା ସହ ବିଲ ବିକ୍ରି କରିବା ପାଇଁ ମନା କଲେ ଊଠାଇ ଆଣିବି ବୋଲି କହିଥିବା ମନୋଜ ଅଭିଯୋଗ କରିଛନ୍ତି। ମନୋଜ ଗୁରୁତର ଆହତ ହୋଇ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ପରେ ଏ ନେଇ ହିଞ୍ଜିଳି ଥାନାରେ ପ୍ଳଟ ଵେପାରୀ ଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ ।ଏନେଇ ହିଞ୍ଜିଳି ଥାନା ରେ ୩୧୨।୨୩ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।

nis-ad
Leave A Reply

Your email address will not be published.