ରୋଟାରୀ କ୍ଲବ ପକ୍ଷରୁ ସ୍ବେଛାକୃତ ରକ୍ତ ଦାନ ଶିବିର, ୨୫ ୟୁନିଟ ରକ୍ତ ସଂଗୃହୀତ


ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର ନାରାୟଣୀ ରୋଡରେ ଅବସ୍ଥିତ ରୋଟାରୀ ସେବା ସଦନ ଠାରେ ଫୁଲବାଣୀ ବ୍ଲଡ଼ ବ୍ୟାଙ୍କ ସହଯୋଗରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତହୋଇଥିଲା l ଅନୁଷ୍ଠାନର ସଭାପତି ତଥା ଆଇନଜିବୀ ହରିଶ୍ଚନ୍ଦ୍ର ମହାରଣା,ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ,ବରିଷ୍ଠ ରୋଟାରୀଆନ ତଥା ପ୍ରତିଷ୍ଠାତା ସଦସ୍ୟ, ରବିନାରାୟଣ ସୁବୁଦ୍ଧି l ପଦ୍ମଚରଣ ସ୍ୱାଇଁ, ଶ୍ରୀମତୀ ବିରାଜିନୀ ମହାପାତ୍ର, ସୁନୀତି ଆଚାରି, ରୋଟାରିଆନ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ , ପ୍ରକାଶ ପଣ୍ଡା, ପଦ୍ମ ଚରଣ ମହାନ୍ତି, ପବନ ଅଗ୍ରୱାଲ, କୁନ୍ଦନ ସିଂ, ପ୍ରମୁଖଙ୍କ ପରିଚାଳନା ରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ରୋଟାରୀଆନ ସୁନୀଲ ପଟନାୟକ, ବିରାଜିନୀ ମହାପାତ୍ର, ପବନ ଅଗ୍ରୱାଲ, ପ୍ରକାଶ ପଣ୍ଡା, ମୁକ୍ତିକାନ୍ତ ମହାନ୍ତି, ଶରତ ଚନ୍ଦ୍ର ସୁବୁଦ୍ଧି , ଛାୟା ବତୀ ମହାରଣା, କୁନା ପାତ୍ର ପ୍ରମୁଖ ସ୍ବେଛାକୃତ ରକ୍ତ ଦାନ କରିଥିବା ବେଳେ, ସଂଗୀତା କର , ସ୍ଵାଗତ ତ୍ରିପାଠୀ, ସାମ୍ବାଦିକ ତଥା ସାହିତ୍ୟିକ ଡ଼ଃ. କାଁହୁ ଚରଣ ଶତପଥୀ,, ସାମ୍ବାଦିକ ପ୍ରଶାନ୍ତ ବେହେରା, ଶିବରାମ ନାୟକ,ଜି ଏନ ଏମ କଲେଜ ପ୍ରଶାସନିକ ଅଧିକାରୀ ସନ୍ତୋଷ ମିଶ୍ର, ପି ଇ ଓ ମାନସ ପାଣିଗ୍ରାହୀ, କେ. ରାଧାଶ୍ୟାମ ପାତ୍ର, ଶଶୀ ଭୂଷଣ ପ୍ରଧାନ, ପ୍ରସନ ଦାଶ, କାଁହୁ ସାହାଣୀ, ବାବୁଲା କହଁର, ଅଶୋକ ମେକାପ, କିଶୋର ସୁବୁଦ୍ଧି , ଦିବ୍ୟାନ ପାତ୍ର,ରାଜେଶ ପାତ୍ର, ଦିପ୍ତିମୟୀ ପାତ୍ର, ନୀଳ ମାଧବ ପାତ୍ର ପ୍ରମୁଖ ରକ୍ତ ଦାନ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ଟିମ ହ୍ୟୁମାନୀଟିର ମୁଖ୍ୟ ଲୋକନାଥ ରାଜୁ, ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସତ୍ୟ ନାରାୟଣ ବେହେରା, ରମେଶ ଚନ୍ଦ୍ର ପ୍ରଧାନ, ଅଶୋକ ମହାନ୍ତି, କାହ୍ନ l ପଟ୍ଟନାୟକ , ଦିଲୀପ ମହାପାତ୍ର, କୁନ୍ଦନ ସିଂ, ସୁନୀତି ଆଚାରୀ, ବରିଷ୍ଠ ରୋଟାରୀଆନ ପୂର୍ବତନ ସଭାପତି ଇଂ, ଜ୍ଞାନ ରଞ୍ଜନ ଦୋରା, ଡି. ଅରୁଣା, ଉର୍ମିଳା ପଣ୍ଡା, ଶିବ ବିଶ୍ୱାଳ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡା. ଜୟଦୀପ କୁମାର ଘୋଷ, ଦିନ କୃଷ୍ଣ ମହନ୍ତ, ଏଲ ଟି. ପ୍ରସନ କୁମାର ରତ୍ନାଲୁ, ଜ୍ୟୋତି ରଞ୍ଜନ ପୃଷ୍ଟି, ବରୁଣ ବେହେରା ପ୍ରମୁଖ ଉପସ୍ଥିତ ରହି ନିଷ୍ଠା ଓ ଆନ୍ତରିକତାର ସହ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ l
ସୂଚନା ଯୋଗ୍ୟ ଯେ, ଏମସିଏଲ ଆର୍ଥିକ ସହାୟତାରେ ରେଡ଼କ୍ରସ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୀଘ୍ର ଓ ସୁବିଧାରେ ବିନାମୁଲ୍ୟରେ ଗ୍ରାମାଞ୍ଚଳ ମାନକୁ ଯାଇ ଏକା ଥରକେ ୨ ଜଣଙ୍କ ରକ୍ତ ସଂଗ୍ରହ କରିବାର ସମସ୍ତ ସୁବିଧା ଥାଇ ଏକ ବସ ରକ୍ତ ଭଣ୍ଡାର କୁ ପ୍ରଦାନ କରାଯଇଥିଲା ନିକଟ ରେ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ଏହାକୁ ଉଦଘାଟନ କରିବା ପରେ ପ୍ରଥମ କରି ରୋଟା ରୀ ଅନୁକୁଲ୍ୟରେ ଏହି ରକ୍ତ ସଂଗ୍ରହ ଭ୍ୟାନ୍ ମାଧ୍ୟମରେ ରକ୍ତ ସଂଗୃହିତ ହୋଇଥିଲା l ଏଣୁ ଜିଲାର ରକ୍ତ ଦାନ ଶିବିର ଆୟୋଜନ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏହାର ଲାଭ ଉଠାଇବା ଲାଗି ପରାମର୍ଶ ଦିଆଯାଇଛି l

nis-ad
Leave A Reply

Your email address will not be published.