ପେନସନ ପାଇଁ ଡହଳ ବିକଳ

ନନ୍ଦାହାଣ୍ଡି (୭/୫ ) : ହରିଶ୍ଚନ୍ଦ୍ର ନାୟକ (କ୍ଷମା )ବୟସ ପ୍ରାୟ 68 ବର୍ଷ , ଗ୍ରାମ ଡ଼ଙ୍ଗରଭେଜା, ଅବସରପ୍ରାପ୍ତ ମେସେଞ୍ଜର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନନ୍ଦାହାଣ୍ଡି (ଡ଼ଙ୍ଗରଭେଜା ), ଦୀର୍ଘ 26 ବର୍ଷ ଚାକିରୀକଲେ l ଅବସରର 8 ବର୍ଷ ପରେ ମଧ୍ୟ ମିଳିଲାନି ପେନସନ, ଦିନେ ଯେଉଁ ବ୍ୟାଙ୍କର କର୍ମଚାରୀ ଥିଲେ ଆଜି ପେନସନ ଟିକକ ପାଇବା ଡହଳ ବିକଳ ଆଉ ଧାଇଁ ଧାଇଁ ନୟାନ୍ତ l ହାତ ଗୋଡ଼ ପକ୍ଷାଘାତରେ ଆକ୍ରାନ୍ତ, ତେଣେ ସେ ଜଣେ ମଧୁମେହ ରୋଗୀ l ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, ନନ୍ଦାହାଣ୍ଡି କର୍ତୃପକ୍ଷ ତୁମର ସବୁ କାଗଜପତ୍ର ଯାଇଛି ଆଜି ହେବ କାଲି ହେବ କହି କହି 8 ବର୍ଷ ବିତିଗଲା l ଏକମାତ୍ର ଭେଣ୍ଡା ରୋଜଗାରିଆ ପୁଅ ସନ୍ତୋଷ ଅଚାନକ ହୃଦଘାତ ରେ ଆରପାରିକୁ ଚାଲିଗଲା l ଅଚାନକ ଦୁଃଖ ର ପାହାଡ଼ ଏହି ପରିବାର ଉପରେ ପଡିଗଲା l ଘରେ ପତ୍ନୀ, ବିଧବା ବୋହୂ ଆଉ 3 ବର୍ଷର ନାତୁଣୀ ଟିଏ l ରୋଜଗାର ର କୌଣସି ପନ୍ଥା ନାହିଁ l ଦୁଃଖ କଷ୍ଟ ରେ ଜର୍ଜରିତ ଆଜି ଏହି ପରିବାର l ଏକଥା ଶୁଣି ଯୁବ ଆଇନଜୀବୀ ତଥା ସମାଜସେବୀ ଶ୍ରୀକାନ୍ତ କୁମାର ପଣ୍ଡା ସହାୟତା ର ହାତ ବଢ଼ାଇଛନ୍ତି l ସେ ଏ ବାବଦରେ ମୋ ସରକାର, ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ରାଜ୍ୟପାଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଟ୍ୱିଟ କରିଛନ୍ତି ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ର ବିଭିନ୍ନ ଶାଖା କୁ ଇମେଲ ମାଧ୍ୟମରେ ମଧ୍ୟ ଜଣେଇଛନ୍ତି ତଥାପି ମଧ୍ୟ ଫଳ ଶୂନ l ଦେଖାଯାଉ ଏହି ପରିବାର ର ଭାଗ୍ୟ କେଵେ ଖୋଲିବ ଆଉ କେଵେ ମିଳିବ ପେନସନ l ଏହି ଘଟଣା ଟି ଏଵେ ଏହି ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ଜନପ୍ରତିନିଧି ତଥା ସରକାର ଏହି ପରିବାର କୁ ସହାୟତା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l

nis-ad
Leave A Reply

Your email address will not be published.