ସମଲେଶ୍ଵରୀ ଟ୍ରେନ ରହଣୀ ପାଇଁ ଆନ୍ଦୋଳନ କରିବା ପୂର୍ବରୁ ରାତାରାତି ୨ ଜଣଙ୍କୁ ଉଠେଇ ନେଇଥିଲେ, ଆଲୋଚନା ପରେ ଛାଡ଼ିଲେ


କାଶିପୁର : ରାୟଗଡା ଜିଲା କାଶିପୁର ବ୍ଳକ ଟିକିରି ରେଳ ଷ୍ଟେଶନ ରେ ସମଲେଶ୍ଵରୀ ଏକ୍ସପ୍ରେସ୍ ରହଣୀ ପାଇଁ ଆଜି ଟିକିରି ରେଳ ଷ୍ଟେସନ ରେ ଧାରଣା ଦେବାକୁ ଟିକିରି ଅଞ୍ଚଳର ବାସୀ ସ୍ଥିର କରିଥିବା ବେଳେ ଧାରଣା ନ ଦେବା ପୂର୍ବରୁ ରାତାରାତି ଦୁଇଜଣଙ୍କୁ ଉଠାଇ ନେଇଥିଲେ ଟିକିରି ପୋଲିସ୍ । ତେବେ ଏହି ପରିପ୍ରେକ୍ଷୀରେ ଟିକିରି ଅଞ୍ଚଳବାସୀ ଘର ନିନ୍ଦା କରିବା ସହିତ ଦୋକାନ ବଜାର ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି । ତେବେ ଟିକିରି ଗୋଟିଏ ଖଣି କାରଖାନା ଥିବା ବେଳେ ଟିକିରି ଷ୍ଟେସନ ରେ ସହ ସହ ଲକ ନିର୍ଭର କରିଥାନ୍ତି । ତେବେ ଏହି ଷ୍ଟେସନ ରେ ସମଲେଶ୍ଵରୀ ଟ୍ରେନ ରହଣୀ ପାଇଁ ବାରମ୍ବାର ଲିଖିତ ଆକାରରେ ରେଳବାଇ କତୃପକ୍ଷ ଙ୍କୁ ଦେଇଥିବା ବେଳେ ରେଳସେବା କତୃପକ୍ଷ ବାରମ୍ବାର ପ୍ରତିଶୃତି ପରେ ପ୍ରତିଶୃତି ଦେଇଚାଲିଛନ୍ତି । ତେବେ ଅଞ୍ଚଳବାସୀ ବାଧ୍ୟ ହେଇ ମେ ୭ ତାରିଖ ଅର୍ଥାତ୍ ଆଜି ଟ୍ରେନ ଷ୍ଟେସନରେ ଧାରଣା ଦେବାକୁ ବାଧ୍ୟ ହେଇଥିବା ବେଳେ। ରାତାରାତି ଆବାହକ ୨ ଜଣଙ୍କୁ ଉଠେଇ ନେଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତେବେ ଉଠେଇ ନେଇଥିବା ଦୁଇଜଣ ବ୍ୟକ୍ତି ହେଲେ ଗୌରାଙ୍ଗ ସାହୁ, ଏବଂ ବିନଦ ନାଏକ ବୋଲି ଜଣାପଡିଛି। ତେବେ ଲୋକ ଙ୍କ କହିବା ଅନୁସାରେ କୋରନା ପୂର୍ବରୁ ସମସ୍ତ ଟ୍ରେନ ରହଣୀ ଥିବାବେଳେ। ଏବେ କୋରନା ପୁରାପୁରି ସ୍ବଭାବିକ ହେଇସାରିଥିଲେ ସୁଧା କଣ ପାଇଁ ସମଲେଶ୍ଵରୀ ଟ୍ରେନ ରହଣୀ ହେଉନାହିଁ ତା ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ରେଳବାଇ କତୃପକ୍ଷ ବାରମ୍ବାର ପ୍ରତିଶୃତି ପରେ ପ୍ରତିଶୃତି ଦେଇଚାଲି ଥିବା ବେଳେ ଆଜି ମଧ୍ୟ ୭ ଦିନ ସମୟ ମାଗିଥିବା ଜଣାପଡିଛି ୭ଦିନ ମଧ୍ୟରେ ଡିଆରଏମ ଆସି ସମାଧାନ କରିବେ ବୋଲି ଅଧିକାରୀ ମାନେ କହିଛନ୍ତି । ଅପରାହ୍ନ ରେ ଦୁଇଜଣ କୁ ପୋଲିସ ଛାଡିଦେଇଛନ୍ତି । ୭ଦିନ ପରେ ଯଦି ସମାଧାନ ନ ହୁଏ ଆହୁରି ଆନ୍ଦଳନ ତୀବ୍ରତର ହେବବୋଲି ବିନଦ ନାଏକ କହିଛନ୍ତି।

nis-ad
Leave A Reply

Your email address will not be published.