ଯୁବକଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ନନ୍ଦା ହାଣ୍ଡି ବ୍ଲକ୍ ଅନ୍ତର୍ଗତ ଜେଟୁ ଗୁଡ଼ା ଛକ ନିକଟରେ ଅବସ୍ଥିତ ଏକ ଚାଉଳ ମିଲ୍ ର ଉପର ମହଲା ଘର ମଧ୍ୟରୁ ଏକ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣା ପଡିଛି। ସୂଚନା ପ୍ରକାରେ ଜେଟୁ ଗୁଡ଼ା ଛକ ଠାରେ ବିଶିଷ୍ଟ ବ୍ୟବସାୟୀ ସଚି ଚୌଧୁରୀ ଙ୍କ ମିଲ ରେ ଥିବା ଏକ ଉପର ମହଲା ଘର ଭିତରେ ଝୁଲନ୍ତା ଅବସ୍ଥାରେ ମୃତ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରାଯାଇଥିଲା । ଅଞ୍ଚଳଗୁମ୍ମା ନିବାସୀ ପ୍ରକାଶ ପଟ୍ଟନାୟକ ନାମକ ଯୁବକ ଉକ୍ତ ମିଲ ରେ ଦୀର୍ଘ ଦିନ ଧରି କାର୍ଯ୍ଯ କରି ଆସୁଥିଲେ। ଗତ କାଲି ଦିନ ତିନିଟା ସମୟରେ ସେ ଉପର ମହଲା କୁ ଯାଇ ଫେରି ନ ଥିବାରୁ ସଂଧ୍ୟା ସାତଟା ବେଳକୁ କର୍ମଚାରୀ ମାନେ ଶବ ଝୁଲୁଥିବା ଦେଖି ପୁଲିସ କୁ ଖବର ଦେବା ପରେ ରାତ୍ର ଏଗାର ଟା ବେଳକୁ ଶବ ଜବତ କରି ଆଜି ନବରଙ୍ଗପୁର ପୋଲିସ ଅପ ମୃତ୍ୟୁ ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ଶବ ଝୁଲୁଥିବା କୋଠରି ପୋଲିସ ଅଧିକା ଯାଞ୍ଚ ନିମନ୍ତେ ବନ୍ଦ ରଖିଥିବା ବେଳେ ମିଲରେ ଥିବା ସମସ୍ତ ସିସି ଟିଭି ଯାଞ୍ଚ କରୁଥିବା ସୂଚନା ମିଳିଛି। ଘଟଣା ଦିନ ମିଲ ରେ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିବା ବେଳେ ଏପରି ଏକ ଅଘଟଣ ଘଟିଛି ପୋଲିସ ଏହି ଘଟଣାରେ ଯାଞ୍ଚ ଚାଲିଥିବା ବେଳେ ଏହା ଆତ୍ମହତ୍ୟା କି ହତ୍ୟା ତାହାରି ସବିଶେଷ ତଥ୍ୟ ଜାଣିବା ପାଇଁ ସହର ବାସୀ ଉତ୍କଣ୍ଠା ସହ ଅପେକ୍ଷା କରିଥିବା ବେଳେ ପୋଲିସ ତଦନ୍ତ ଜାରି ରହିଥିବା ସୂଚନା।

nis-ad
Leave A Reply

Your email address will not be published.