ବିଲ ମଧ୍ୟରେ ମହିଳାଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ହିଞ୍ଜିଳିକାଟୁ (୪।୫) : ହିଞ୍ଜିଳିକାଟୁ ଅନ୍ତର୍ଗତ ମକରଝୋଳ ଗ୍ରାମ ରୋଡ ନିକଟ ବିଲ ମଝିରେ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ହିଞ୍ଜିଳି ପୁଲିସ ଉଦ୍ଧାର କରିଥିଲା। ମୃତକ ଜଣକ ସମରଝୋଳ ଗ୍ରାମର ଝିଅ ଗୌତମି ଗ୍ରାମରେ ଵିଭାହ କରିଥିବା ବସନ୍ତ ପଟ୍ଟନାୟକ ଙ୍କ ସ୍ତ୍ରୀ ସଂଯୁକ୍ତା ପଟ୍ଟନାୟକ ଵା ମମତା। ତେବେ ପାରିପାର୍ଶ୍ଵିକ ପରିସ୍ଥିତିରୁ ତାଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ଏଭଳି ହତ୍ୟା କରିଥିବା ସନ୍ଦେହ କରାଯାଇଥିଲା।ସମରଝୋଳ ଗ୍ରାମ ସରପଞ୍ଚ ଙ୍କ ଏତଲା କ୍ରମେ ହିଞିଳି ପୋଲିସ ୨୯୬।୨୩ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ମୃତ ମମତା ଗୌତମି ଗ୍ରାମର ୩୫ ବର୍ଷିୟ ଯୁବକ ଅଜିତ ଷଡଙ୍ଗୀ ଙ୍କ ସହ ଅନୈତିକ ସମ୍ପର୍କ ରଖୁଥିଲେ। ଅଜିତ ଅବିଭାହିତ ଥିବା ବେଳେ ମମତା ଙ୍କ ୨ ଝିଅ ଅଛନ୍ତି। ମମତା ଗୌତମି ଶଶୁର ଘରୁ ମେରୁ ସଂଙ୍କରାନ୍ତି ଠାରୁ ବାପ ଘର ସମରଝୋଳ ଗାଁରେ ରହୁଥିଲେ। ଅଜିତ ଦୁଇ ଦିନ କୁ ଥରେ ସମରଝୋଳ ରାତ୍ରି ଆସି ଅନୈତିକ ସମ୍ପର୍କ ରଖି ଯାଉଥିଲେ। ସୋମବାର ଅଜିତ ପ୍ରତିଦିନ ପରି ଆସିଥିଲେ ବାଇକ ରେ ଆସି ଉଭୟ ବିଲ ମଝିରେ ସମ୍ପର୍କ ପରେ ମମତା ବିଭାହ କରିବାକୁ ଵାଧ୍ୟ କରିଥିଲେ। ଫଳରେ ଘଟଣାସ୍ଥଳରେ ଉଭୟ ଙ୍କ ମଧ୍ୟରେ ଝଗଡା ହୋଇ ଅଜିତ ନାତ ଓ ମୁଥ ମାରିବା ସହ ମମତା ଙ୍କ ଓଢଣି ଚୁନିରେ ଝିକି ମାରି ଫେରାର ହୋଇଯାଇଥିଲେ। ଅନ୍ୟ ପଟେ ସମରଝୋଳ ଗ୍ରାମ ନିକଟ ବିଲ ମଝିରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଗ୍ରାମବାସୀ ମଙ୍ଗଳବାର ହିଞ୍ଜିଳି ପୋଲିସ କୁ ଖଵର ଦେଇଥିଲେ। । ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ ସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ତେବେ ଘଟଣାର ଦିନକ ମଧ୍ୟରେ ହିଞ୍ଜିଳି ପୁଲିସ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଗୁରୁବାର ପୁଲିସ ମୁଖ୍ୟ ଅଭିଯୁକ୍ତ ଅଜିତ ଷଡଙ୍ଗୀ କୁ ଗୌତମି ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ପଟେ ମୁଖ୍ୟ ଅଭିଯୁକ୍ତ ଜଣକ ନିଜେ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ବେଳେ ପ୍ରେମ ଓ ପରେ ବିଭାହ କରିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଦିନ ଉଭୟଙ୍କ ମଧ୍ୟରେ ଛକ ରାସ୍ତାରେ ବଚସା ହୋଇଥିଲା। ଏଥିରେ ହତ୍ୟାକାରୀ ଉତକ୍ଷିପ୍ତ ହୋଇ ଜନେକ ମଳିକକୁ ଅଭିଯୁକ୍ତ ଜଣକ ବେକରେ ଚୁନି ବାନ୍ଧି ମୁହଁରେ ମୁଥ ଓ ନାତ ମାରି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କହିଛି। ତେବେ ଗୁରୁବାର ଏହି ଘଟଣାରେ ହିଞ୍ଜିଳି ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ହିଞିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.