କିଓସ୍କ ଗ୍ରାହକ ସେବା କେନ୍ଦ୍ର ଜରିଆରେ ଗରିବଙ୍କ ଠାରୁ ଟଙ୍କା ନେଇ ଫେରାର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଅମଲା ପଡ଼ା ଠାରେ ଖୋଲିଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଫୁଲବାଣୀ ସ୍ୱୀକୃତି ପ୍ରାପ୍ତ କିଓସ୍କ ଗ୍ରାହକ ସେବା କେନ୍ଦ୍ର ଜରିଆରେ ଗରିବଙ୍କ ଜମା ଟଙ୍କା ନେଇ ଫେରାର ହୋଇଥିବା କନ୍ଧମାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି l
ସୁଚନା ଅନୁସାରେ ଫୁଲବାଣୀ ଅମଲାପଡା ଠାରେ ଥିବା କିଓସ୍କ ଗ୍ରାହକ ସେବାକେନ୍ଦ୍ର ଫୁଲବାଣୀ ଭାରତୀୟ ଷ୍ଟେଟବ୍ୟାଙ୍କର ବୈଠକ ନେଇ ସେଠାରେ ସ୍ବଳ୍ପ ଜମାକାରୀଙ୍କ ଓ ଜିରୋ ଏକାଉଣ୍ଟର ହୋଲଡରଙ୍କ ଜମା ଓ ଉଠାଣ କରି ଆସୁଥିଲା l ଭାରତୀୟ ଷ୍ଟେଟ ବ୍ୟାଙ୍କ ମେନେଜର ଏହି ଛୋଟ ଜମାକରୀଙ୍କୁ ସେଠାକୁ ପଠାଇ ଦେଉ ଥିଲେ । ଗତ ୨୩. ୦୩.୨୦୨୩ ଦିନଠାରୁ ଏହି ଜନସେବା କେନ୍ଦ୍ରଟି ବନ୍ଦ ରହିଛି l ଜମାକାରୀ ଏକାଉଣ୍ଟ ହୋଲରେ ସେଠାକୁ ଯାଇ ନିରାସ ହେଇ ଫେରିଥିବା ଅଭିଯୋଗ ହୋଇଛି l ଏ ବାବଦରେ ଜମାକାରୀ ଜନସେବା କେନ୍ଦ୍ରର ପରିଚାଳକ ରାମାକାନ୍ତ ଦିଗାଲଙ୍କୁ ଭେଟି ସେବା କେନ୍ଦ୍ର କାହିଁକି ବନ୍ଦ ହୋଇଛି ପଚାରିବାରୁ ତାଙ୍କରି ସ୍ତ୍ରୀ ଟଙ୍କା ନେଇ ଫେରାର ହୋଇଯାଇଥିବା ନେଇ ଜମାକାରୀଙ୍କୁ ସୂଚନା ଦେଇଛନ୍ତି । ଆହୁରି ଅଧିକ ଜାଣିବା ପାଇଁ ଜମାକାରୀ ମାନେ ଷ୍ଟେଟ ବ୍ୟାଙ୍କ ମେନେଜରନିକଟକୁ ଯାଇ ପଚାରିବା ସହ ଜମାକରୀ ମାନେ ଥାନାରେ ମଧ୍ୟ ଲିଖତ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଜମାକାରୀମାନେ ଜାଣିବାକୁ ପାଉଛୁନ୍ତି ଯେ ଜମାକାରୀଙ୍କ ଅଜାଣତରେ ତାଙ୍କ ଏକାଉଣ୍ଟରୁ ଟଙ୍କା ଉଠାଇ ଦିଆଯାଇଛି । ଏକାଉଣ୍ଟ ଅଫଟୁଡେଟ କରିବା ଓ ଲିଙ୍କ ନାହିଁ ପରେ କରିଦିଆଯିବ କହି ଜମାକାରୀଙ୍କ ପାସବୁକ ଗୁଡିକ ରଖି ଦେଇଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି l ଆମେ ଗରିବଲୋକ ଖଟି ଖିଆ ଦିନ ମଜୁରିଆ ବହୁ କଷ୍ଟରେ କିଛି ଟଙ୍କା ଜମା ରଖିଥିଲୁ ବର୍ତ୍ତମାନ ଏସବୁ ଟଙ୍କା ହଡପ ହେଇଥିବା ଆମେ ସନ୍ଦେହ କରୁଛୁ ବୋଲି ଗଣମାଧ୍ୟମ ଆଗରେ ଲିଖିତ ଅଭିଯୋଗ ଦେଇଛନ୍ତି l ଲିଖତ ଅଭିଯୋଗ ବିଚାରକୁ ନେଇ ତୁରନ୍ତ ପରିଚାଳକ ରାମାକାନ୍ତ ଦିଗାଲକୁ ପୋଲିସ ହେପାଜତକୁ ନ ଆଣିଲେ ସେ ଗୁଡିଏ ପ୍ରମାଣ ନଷ୍ଟ କରିଦେବା ସନ୍ଦେହ ଘେରକୁ ଆସୁଛି ବୋଲି ମଧ୍ୟ ଅଭିଯୋଗ ହୋଇଛି। ଜମାକାରୀ ପଞ୍ଚାନନ ଗଣ୍ଡା, ସୁଜାତା ଧଳ,ସୁଯଲ ସ୍ୱାଇଁ,ସଂଜନା ନାୟକ, ପଦ୍ମନି ନାୟକ, ଟୁନି ବେହେରାଙ୍କ ସମେତ ବହୁ ଜମାକାରୀ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.