ସୁଦାନରୁ ସ୍ୱଦେଶ ଫେରିଲେଣି ୪୨ ଜଣ ଓଡ଼ିଆ

ଭୁବନେଶ୍ୱର : ଯୁଦ୍ଧଗ୍ରସ୍ତ ସୁଦାନରୁ ଫେରୁଛନ୍ତି ଓଡ଼ିଆ । ବର୍ତ୍ତମାନ ସୁଦ୍ଧା ସ୍ୱଦେଶ ଫେରିଲେଣି ୪୨ ଜଣ । ଏମାନଙ୍କ ଭିତରୁ ୬ ଜଣ ଜନ୍ମମାଟିରେ ପହଞ୍ଚିଛନ୍ତି । ୩୬ ଜଣ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ । ସେଠାରୁ ଆସିବେ ଭୁବନେଶ୍ୱର । ଅପରେସନ୍‌ କାବେରୀରେ ଏମାନଙ୍କୁ ସ୍ୱଦେଶକୁ ଫେରାଇ ଅଣାଯାଉଛି । ଯୁଦ୍ଦ ବିଭୀଷିକାରୁ ବାହାରି ଓଡ଼ିଶାରେ ପାଦ ଥାପିବା ପରେ ନୂଆ ଜୀବନ ପାଇଥିବା କହିଛନ୍ତି ।

ଏବେ ବି ଆଖି ଆଗରେ ନାଚି ଉଠୁଛି ସେଠାକାର ଲୋମଟାଙ୍କୁରା ଦୃଶ୍ୟ । ବଖାଣୁଛନ୍ତି ଭୟଙ୍କର ଅନୁଭୂତି । ଯେଉଁଠି ରହୁଥିଲେ ସେହି ସ୍ଥାନରେ ଯୁଦ୍ଧ ଚାଲିଥିଲା । ବର୍ଷୁଥିଲା ଗୋଳାବାରୁଦ । ପାଦେ ପାଦେ ଥିଲା ବିପଦ । ଦିନକୁ ଓଳିଏ ଖାଇବା ବି ମୁସ୍କିଲ ହୋଇପଡ଼ିଥିଲା । ଜୀବନ ବଞ୍ଚାଇବାକୁ ପ୍ରତି ମୁହୂର୍ତ୍ତରେ ଭଗବାନଙ୍କୁ ଡାକିବା ଛଡ଼ା କିଛି ବାଟ ନଥିଲା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ପ୍ରଂଶସା କରିଛନ୍ତି ।

nis-ad
Leave A Reply

Your email address will not be published.