ସରିଲା ମାରାଥନ ସେଣ୍ଟ୍ରାଲ GST ରେଡ୍‌

ଯାଜପୁର: ସରିଲା ମାରାଥନ ସେଣ୍ଟ୍ରାଲ GST ଚଢ଼ାଉ। ରାଜ୍ୟର ସବୁଠାରୁ ବଡ ଏକକାଳୀନ CGST ଚଢାଉ। ୧୫ ସ୍ଥାନରେ ହୋଇଥିଲା ୧୦ଟି ଟିମର ଚଢ଼ାଉ। ୧୮ ଘଣ୍ଟା ଧରି ଚାଲିଥିଲା ଚଢ଼ାଉ। ଯାଜପୁର ଧର୍ମଶାଳା ତହସିଲ ଅଧିନରେ ଥିବା ୧୦ ଖଣି ବେପାରୀଙ୍କ କାର୍ଯ୍ୟାଳୟରେ ରେଡ କରିଥିଲା ସେଂଟ୍ରାଲ ଜିଏସଟି ଟିମ୍ । କୋଟି କୋଟି ଟଙ୍କାର ଜିଏସିଟି ହେରଫେର କରିଥିବା ନେଇ ଅଭିଯୋଗ ପରେ ସେଣ୍ଟ୍ରାଲ ଜିଏସଟି ଟିମ୍ ଚଢାଉ କରିଛି ।

କେନ୍ଦ୍ରୀୟ ଜିଏସଟି ଟିମର ୧୦ ଟିମ୍ ଏକା ସାଙ୍ଗରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଜିଏସଟି ଅଫିସରମାନେ କାର୍ଯ୍ୟାଳୟରେ ପଶି ବିଭିନ୍ନ କାଗଜପତ୍ର ଯାଂଚ କରିବା ସହ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ନେଇ ସୂଚନା ମିଳିଛି । ତେବେ ସେମାନେ ୧୫ କୋଟିରୁ ଅଧିକ ଟଙ୍କା ଜିଏସଟି ଫାଙ୍କିଥିବା ନେଇ ଅଭିଯୋଗ ରହିଛି । ଅଧିକ ଖୋଳ ତାଡ ଆରମ୍ଭ କରିଛନ୍ତି । ADG, ଡାଇରେକଟ ର ଜେନେରାଲ ସେଣ୍ଟ୍ରାଲ GST ଇଣ୍ଟେଲିଜେନ୍ସ ଦେବାଶିଷ ସାହୁଙ୍କ ନୀରିକ୍ଷଣରେ ହେଇଥିଲା ଚଢ଼ାଉ।

ଗତକାଲି ଅପରାହ୍ଣରେ ୫୩ ନମ୍ବର ଜାତୀୟ ରାଜପଥ ଧର୍ମଶାଳା ଚଢେଇଧରାଠାରେ ଥିବା ମାଆ ମଙ୍ଗଳା ଟେଡର୍ସ କାର୍ଯ୍ୟାଳୟ ସହ ଅନ୍ୟାନ୍ୟ ଖାଦାନ ମାଲିକଙ୍କ କାର୍ଯ୍ୟାଳୟରେ ଚଢାଉ କରାଯାଇଥିଲା । ରଙ୍ଗାଧର ପ୍ରଧାନଙ୍କର କଳାପଥର ଖାଦାନରେ ବିଭିନ୍ନ ସମୟରେ ମାତ୍ରାଧିକ କଳାପଥର ଉତ୍ତୋଳନ ହେଉଥିବା ଅଭିଯୋଗ ହୋଇଆସୁଥିଲା । ଏ ନେଇ ଜିଏସ୍‌ଟିର ଅଧିକାରୀମାନେ ବିଭିନ୍ନ କାଗଜ ପତ୍ରର ଯାଞ୍ଚ କରାଯାଉଥିବା ବେଳେ ଜିଏସ୍‌ଟି ଅଧିକାରୀମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ ।

nis-ad
Leave A Reply

Your email address will not be published.