ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଞ୍ଜନଗର: ଗଛରେ ଝୁଲୁଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଠାବ । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ପାଣା ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ଜଣକ ସେହି ଗାଁ ର ଦେବରାଜ ଓରଫ୍ ନରୋତ୍ତମ ପୋଲାଇ । କୌଣସି କାମରେ ବାହାରକୁ ଯାଇ , ଗତ ରାତିରୁ ଘରକୁ ଫେରିନଥିଲେ । ଆଜି ସକାଳୁ ଗାଁ ହାଇସ୍କୁଲ ପଡିଆ ନିକଟରେ ଥିବା ଏକ ବଡ ଗଛରେ ତାଙ୍କ ମୃତଦେହ ଝୁଲି ରହିଥିବା ଦେଖିବାକୁ ମିଳିଥିଲା।

ପାରିପାର୍ଶ୍ବିକ ଅବସ୍ଥା ରୁ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଥିବା ବେଳେ , ମୃତକଙ୍କ ମା’ କିନ୍ତୁ ଅଭିଯୋଗ କରିଛନ୍ତି ତାଙ୍କ ପୁଅକୁ କେହି ହତ୍ୟା କରି ଗଛରେ ଝୁଲାଇ ଦେଇଛି । ତେବେ ମୃତ୍ୟୁ ର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ପୋଲିସ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଇନଥିବା ବେଳେ , ପୋଲିସ୍ ର ତଦନ୍ତ ଏବଂ ବ୍ୟବଛେଦ ରିପୋର୍ଟ ପରେ, ପ୍ରକୃତ କାରଣ ସ୍ପଷ୍ଟ ହେବ ।

nis-ad
Leave A Reply

Your email address will not be published.