ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି ଅଭିଯୋଗ, ପୋଲିସ ତଦନ୍ତ ଆରମ୍ଭ

ସମ୍ବଲପୁର : ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି । ସମ୍ବଲପୁର – ବୁର୍ଲା ଭୀମସାରର ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ନବଜାତ ଶିଶୁପୁତ୍ରକୁ କେହି ଚୋରି କରି ନେଇଥିବା ଅଭିଯୋଗ ହୋଇଛି ।  ଘଟଣାସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଛତିଶଗଡ଼ଗର ମହାସମୁନ୍ଦ ଜିଲ୍ଲା ବସନା ଥାନା ଅନ୍ତର୍ଗତ ‌ବଡେସଜାପାଲି ଗାଁର ମୋହନ ଦାସଙ୍କ ପତ୍ନୀ ସୀତା ଦାସ ଗତ ୨୪ ତାରିଖ ଦିନ ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ । ଗତକାଲି ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ହେଲେ ଦିନ ପ୍ରାୟ ୩ଟା ବେଳେ ସେମାନଙ୍କର ଛୁଆ ନଥିବା ଦମ୍ପତି ଦେଖିବାକୁ ପାଇଥିଲେ। ଖୋଜାଖୋଜି କରି ନପାଇବାରୁ ପୋଲିସରେ ଅଭିଯୋଗ କରିଥିଲେ।

ପ୍ରକାଶଯୋଗ୍ୟ, ପୂର୍ବରୁ ମଧ୍ୟ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ନବଜାତ ଶିଶୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ‌ପରେ ଜଳେଶ୍ଵର ଅଞ୍ଚଳରୁ ପୁଲିସ ଉକ୍ତ ନବଜାତ ପୁତ୍ରକୁ ଉଦ୍ଧାର କରିଥିଲା।

nis-ad
Leave A Reply

Your email address will not be published.