ଅବ୍ୟବସ୍ଥା ଘେରରେ ଉମରକୋଟ ଜୋନାଲ ହସ୍ପିଟାଲ

ଉମରକୋଟ (୨୫/୦୪) : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ମୁଖ୍ୟ ଜୋନାଲ ସ୍ୱାସ୍ଥ୍ୟ କେନ୍ଦ୍ର ରାଇଘର ଓ ଉମରକୋଟର ପ୍ରାଣ କେନ୍ଦ୍ର କହିଲେ ଭୁଲ ହେବ ନାହିଁ ଏହି ଜୋନାଲ ହସ୍ପିଟାଲ ଉପରେ କେବଳ ଉମରକୋଟ ନୁହଁ ରାଇଘର, ଝରୀଗାଁ, ଚନ୍ଦାହାଣ୍ଡି ବ୍ଲକ ଏବଂ ପଡୋଶୀ ଛତିଶଗଡ ଅଞ୍ଚଳ ର ଅନେକ ରୋଗୀ ନିର୍ଭର କରନ୍ତି l କିନ୍ତୁ ଏହି ପ୍ରାଣ କେନ୍ଦ୍ରରେ ରୋଗୀଙ୍କୁ ସବୁ ସମୟରେ ଅଣ ଦେଖା କରୁଥିବା କୁ ନେଇ ଅଭିଯୋଗ ହେଉଛି, ଏହାକୁ ନେଇ ଯେତେ କହିଲେ ବି କେହି ଶୁଣୁନାହାନ୍ତି ଏହା ଦ୍ଵାରା ବହୁ ରୋଗୀ ଠିକ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା ନ ହୋଇ ପାରିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ପ୍ରାଣ ହରାଇବାର ମଧ୍ୟ ଦେଖିବାକୁ ମିଳେ l ମୁଖ୍ୟତଃ ରୋଗୀଙ୍କ ରକ୍ତ ଓ ମଳ ମୂତ୍ର ପରୀକ୍ଷା ନିମନ୍ତେ ଉମରକୋଟ ଜୋନାଲ ହସ୍ପିଟାଲ ର ଡାକ୍ତର ମାନେ ଲେଖିଲେ ସୁଦ୍ଧା ହସ୍ପିଟାଲ ରେ ଥିବା କାର୍ଯ୍ୟରତ ମଳ ମୂତ୍ର ଅଧିକାରୀ ପରୀକ୍ଷା କରିବାର କିଛି ଆବଶ୍ୟକ ନାହିଁ କହି ରୋଗୀଙ୍କ ଭୁଆଁ ବୁଲାଇବା ଓ ରୋଗୀଙ୍କ ଉପରେ ଧ୍ୟାନ ନ ଦେଇ ନିଜ ନିଜର କାମରେ ଆସର ଜମାଇ ଥିବା ଦେଖିବାକୁ ମିଳୁଛି , ରକ୍ତ ଓ ମଳ ମୂତ୍ର ପରୀକ୍ଷା ପାଇଁ ବାହର କୁ ପଠାଉ ଥିବା ଅଭିଯୋଗ ହେଉଛି ଯାହା ଫଳରେ ଉକ୍ତ ପରୀକ୍ଷା ବାହାରେ ହେବା ଫଳରେ ମୋଟା ଅଙ୍କର ଟଙ୍କା ରୋଗୀ ମାନଙ୍କୁ ଦେବାକୁ ପଡିଥାଏ ଯୋଉଁ ମାନଙ୍କ ପାଖରେ ଟଙ୍କା ଅଛି ସେମାନେ ବାହାରେ ଯାଇ ଚେକଆପ କରାଉଛନ୍ତି ଆଉ ଯୋଉଁ ମାନଙ୍କ ପାଖରେ ଟଙ୍କା ନାହିଁ ସେମାନେ ହନ୍ତସନ୍ତ ହେଇ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ଅକଥୋନିୟ ସଜା ପାଉଛନ୍ତି l ଏହି ଘଟଣା ଉମରକୋଟ ଜୋନାଲ ହସ୍ପିଟାଲ କତୃପକ୍ଷ ଓ ସୁପାରେଣ୍ଟଡେଣ୍ଟଙ୍କୁ ଦୃଷ୍ଟି ଗୋଚର କରିବାରୁ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି l ଜାଣି ଜାଣି ହସ୍ପିଟାଲରେ କାର୍ଯ୍ୟରତ ଅଧକାରୀମାନେ ରୋଗୀଙ୍କ ମୃତ୍ୟୁ ମୁଖରେ ଠେଲିଦେଉଛନ୍ତି, ଉମରକୋଟ ଓ ରାଇଘର ଅଞ୍ଚଳର ବୁଦ୍ଧି ଜୀବି ଓ ସାଧାରଣ ଅଭିଯୋଗ କରିଛନ୍ତି l ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି

nis-ad
Leave A Reply

Your email address will not be published.