ବଢ଼ିବ ଛେନା-ପନୀର ଦର

କଟକ : ଶାକାହାରୀଙ୍କୁ ଏକ ବଡ ଝଟକା ଲାଗିବାକୁ ଯାଉଛି। ହୋଟେଲ, ରେସ୍ତୋରାଁରେ ଖାଇବା ପୂର୍ବରୁ ଚାରିଥର ଭାବିବେ। କାରଣ ଛେନା ଓ ପନୀର ମହଙ୍ଗା ହେବ। କଟକରେ ଏହି ଦୁଗ୍ଧ ଜାତୀୟ ଦ୍ରବ୍ୟର ଦର ବୃଦ୍ଧି ପାଇବ। ଏନେଇ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବେହେରା ସୂଚନା ଦେଇଛନ୍ତି।

ଦର ବୃଦ୍ଧି ନେଇ ବ୍ୟବସାୟୀ ସଂଘ କହିଛିନ୍ତି ଯେ ଛେନା, ପନୀର ଓ କଞ୍ଚା ଖୁଆ ମହଙ୍ଗା ହେବ। ଦୁଗ୍ଧଜାତ ଦ୍ରବ୍ୟର ପାଇକାରୀ ଦର ବୃଦ୍ଧି ହେବ। ପନୀର କିଲୋ ପିଛା ୨୨୫ ଟଙ୍କାରୁ ୨୫୫ଟଙ୍କାକୁ ବୃଦ୍ଧି ହେବ । ଛେନା କିଲୋ ପିଛା ୧୭୫ ଟଙ୍କାରୁ ୧୯୫ଟଙ୍କା କୁ ବଢିବ। ସେହିପରିକଞ୍ଚା ଖୁଆ କିଲୋ ପିଛା ୨୬୦ଟଙ୍କାରୁ ୩୨୦ଟଙ୍କାକୁ ବୃଦ୍ଧି ପାଇବ।

ବଜାରକୁ ଯାଇ ପରିବା ଦେହରେ ହାତମାରିବାକୁ ଡର ଲାଗିଲାଣି। କୌଣସି ପରିବା ୫୦ ତଳେ ବିକ୍ରି ହେଉନାହିଁ। ଚିକେନ, ମଟନ ଖାଇବା ଭୁଲି ଗଲେଣି ଲୋକେ, ଏବେ ପନୀର ଓ ଛେନା ମହଙ୍ଗା ହେଉଛି। ତେବେ ମଧ୍ୟବିତ ପରିବାର ଆଗକୁ କଣ ଖାଇବେ ତାହା ଏବେ ଚିନ୍ତାରେ ପକାଇଛି ।

nis-ad
Leave A Reply

Your email address will not be published.