ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ପୋଲିସ ଭ୍ୟାନ, ୯ ଆହତ


କାଶିପୁର : ଭାରସାମ୍ୟ ହରାଇ ଏକ ପୋଲିସ ଭ୍ୟାନ ଦୁର୍ଘଟଣା ଘୋଟି ୯ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏମିତି ଏକ ଘୋଟଣା ଘୋଟିଛି ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଅଣ୍ଡରାକଞ୍ଚ ଥାନା ଲୁଣ୍ଡୁରୁକୋଣ ଘାଟିରେ । ବାଫଲାମାଳି ବକ୍ସାଇଟ ମାଇନ୍ସରୁ ଡିଉଟିସାରି ବାହାରି ରାୟାଗଡା ପୋଲିସ ମୂଖ୍ୟାଳୟକୁ ଡିଉଟି ଯିବାପାଇଁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ଏହି ଭ୍ୟାନରେ ୨୧ଜଣ ପୋଲିସ କର୍ମଚାରୀ ଯାଉଥିଲେ । ଦୁର୍ଘଟଣା ପରେ ଅଣ୍ଡରାକଞ୍ଚ ପୋଲିସ ଘୋଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ପ୍ରଥମେ ଉଷାପଡା ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ।୪ଜଣ ଙ୍କ ଅବସ୍ଥା ଗୁରୁତର ଥିବାରୁ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ପଠାଇ ଦେଇଛନ୍ତି ତନମନଧ୍ୟରୁ ଜଣକର ବେକ ପଛପଟ ଭାଙ୍ଗି ଯାଇଥିବାରୁ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

nis-ad
Leave A Reply

Your email address will not be published.