ଗଉଡଗୁଡା ଗ୍ରାମରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ପକ୍ଷରୁ ତଦନ୍ତ ଜାରି

ମାଲକାନଗିରି (୨୪।୪) : ମାଲକାନଗିରି ଜିଲ୍ଲା ଗଉଡଗୁଡା ଗ୍ରାମରେ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣା ପଡିଥିବା ବେଳେ ଏହା ପଛରେ କଣ କାରଣ ରହିଛି ତାହା ସ୍ପଷ୍ଟ ହୋଇନି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗଉଡଗୁଡା ଗ୍ରାମରେ ଆଜି ପଦଲାମ ଗୌଡ଼ ନାମକ ଜଣେ ୨୯ ବର୍ଷୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ତାଙ୍କ ନିଜ ଘର ମଧ୍ୟରେ ଝୁଲୁଥିବା ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ସ୍ଥାନୀୟ ଲୋକେ ମାଲକାନଗିରି ପୋଲିସକୁ ଖବର ଦେଇଥିବା ବେଳେ ଖବର ପାଇ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣା ପଡିଥିବା ବେଳେ ଯୁବକ ଜଣଙ୍କ ନିଜ ଘରେ ଏକ ଚାଦର ବାନ୍ଧି ସେଥିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ଏହା ପଛରେ କଣ କାରଣ ରହିଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.