ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା : ନକଲି ସାର୍ଟିଫିକେଟ କାରବାରର ମାଷ୍ଟରମାଇଣ୍ଡ ଗିରଫ


ବ୍ରହ୍ମପୁର : ଗୋଷାଣୀନୂଆଗଁl ଥାନା ପୋଲିସ ନକଲି ସାର୍ଟିଫିକେଟ କାରବାରର ରହସ୍ୟ ଉନ୍ମୋଚନ କରି ଏହାର ମାଷ୍ଟରମାଇଣ୍ଡ ଦୈତାରୀ ବେହେରାକୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗେଳେଶ୍ୱରରୁ ଗିରଫ କରିଛି ପୋଲିସ। ସେ ଜଣେ ସରକାରୀ ଶିକ୍ଷକ ଥିବା ବେଳେ ଗତ ୨୦୧୩ ମସିହାରୁ ଏଭଳି ନକଲି ସାର୍ଟିଫିକେଟ ରାକେଟ ଚଳାଇଥିବା ଜାଣିବାକୁ ପାଇଛି ପୋଲିସ। ତାଙ୍କ ନିକଟରୁ ଅନେକ ଜାଲ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଏଡ଼ ଆଦି ସାର୍ଟିଫିକେଟ, କାର୍ଡ଼ କାଗଜ ପତ୍ର ସହିତ ଜାଲ ସାର୍ଟିଫିକେଟ ପାଇଁ ବ୍ୟବହୃତ କମ୍ପୁଟର, ହାର୍ଡ ଡିସ୍କ ଆଦି ଜବତ ହୋଇଛି। ସେ ବିଭିନ୍ନ ରାଜ୍ୟର କେତେକ ଶିକ୍ଷାନୁଷ୍ଠାନର ନକଲି ସାର୍ଟିଫିକେଟ ତିଆରି କରି ଯୁବତୀ ଓ ଯୁବକଙ୍କୁ ବିକ୍ରିକରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ଏନେଇ ଗୋଷାଣୀନୂଆଗାଁ ଥାନା ଅଞ୍ଚଳର ମନରଞ୍ଜନ ଗୌଡ଼ ଯୁବକ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଠକ ଶିକ୍ଷକଙ୍କୁ ଧରିଛି। ମନରଞ୍ଜନ ଙ୍କ ଧର୍ମପତ୍ନୀ ଅପରିଜିତା ଗୌଡ଼ ଆନ୍ଦ୍ରପ୍ରଦେଶ ଗୁଣ୍ଟୁରୁ ଠାରେ ଥିବା ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟବିଏଡ଼ ପାଠ୍ୟକ୍ରମ ରେ ପାଠ ପଢିବା ପାଇଁ ଦୈତାରୀ ବେହେରାଙ୍କ ସହଯୋଗରେ ନାମଲେଖାଇବା ସହିତ ଗତ ୨୦୧୯ ମସିହାରେ ପାଠ ପଢା ଶେଷ କରିଥିଲେ।କିନ୍ତୁ ସେ କୌଣସି ସାର୍ଟିଫିକେଟ ପାଇ ନ ଥିଲେ।ବାରମ୍ବାର ମାଗିବା ପରେ ମଧ୍ୟ ଦୈତାରୀ ବେହେରା ତାଙ୍କୁ ଏକ ସାର୍ଟିଫିକେଟ ଦେଇଥିଲେ।ଯାହାକୁ ନେଇ ମନରଞ୍ଜନ ଗୌଡ଼ ଉକ୍ତ ବିଶ୍ୱବିଦ୍ୟାଳୟ ରେ ଯାଞ୍ଚ କରିଥିଲେ।ଯେଉଁଥିରେ ଏହା ନକଲି ସାର୍ଟିଫିକେଟ ବୋଲି ଜାଣିବାକୁ ପାଇଥିଲେ।ଏନେଇ ସେ ଗତ୨୧ତାରିଖରେ ଗୋସାଇଁନୂଆଗାଁ ଥାନା ରେ ଅଭିଯୋଗ କରିଥିଲେ। ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଏହାର ଛାନଭିନ କରିଥିଲେ।ଏଥିରେ ସମ୍ପୃକ୍ତ ଢେଙ୍କାନାଳ ର ପ୍ରଶାନ୍ତ କୁମାର ସାହୁ କୁ ଧରିଥିଲା, ପ୍ରଶାନ୍ତ ସାହୁ ଦୈତାରୀ ବେହେରାକୁ ନକଲି ସାର୍ଟିଫିକେଟ ବନେଇ କି ଯୋଗାଉଥିବା ଜାଣି ବାକୁ ପାଇଥିଲା ପୋଲିସ। କଟକ ରାଣୀ ହାଟର କିଶୋର କୁମାର ବେହେରା ନକଲି ସାର୍ଟିଫିକେଟ କାଗଜ ପତ୍ର ଦେଉଥିବା ଅଭିଯୋଗ ରେ ପୋଲିସ ଗିରଫ କରିଛି ଏବଂ ଦୈତାରି ପୁଅ ଅମୃତ ପ୍ରସାଦ ବେହେରାକୁ ମଧ୍ୟ ଗିରଫ କରିଛି ପୋଲିସ।ନକଲି ସାର୍ଟିଫିକେଟ କାରବାରରେ ବହୁ ଛାତ୍ରଛାତ୍ରୀ ଙ୍କୁ ଦେଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଏସପି ଶ୍ରୀ ବିବେକ କହିଛନ୍ତି।ଦୈତାରୀ ବେହେରା ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିବା ଵେଳେ ଏବଂ ନିଜ ପ୍ରଭାବରେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିବା ପୋଲିସ ଜାଣିବାକୁ ପାଇଛି।ତେବେ କାହା ଛତ୍ରଛାୟା ତଳେ ସେ ଏଭଳି ନକଲି ସାର୍ଟିଫିକେଟ କାରବାରରେ ଲିପ୍ତ ଥିଲା ତାହାର ଖିଅ ଖୋଜୁଛି ପୋଲିସ।ଏଭଳି ନକଲି ସାର୍ଟିଫିକେଟ ପାଇ ଥିବା ପିଲାମାନେ ନିଜର ସାର୍ଟିଫିକେଟ ର ଉକ୍ତ ବିଶ୍ୱବିଦ୍ୟାଳୟ ରୁଯାଞ୍ଚ କରିବା ସହିତ ନକଲି ଥିଲେ ଅଭିଯୋଗ କରିବାକୁ ଏସପି ନିବେଦନ କରିଛନ୍ତି। ଏବଂ ଏଠିରେ ଆଉ କାହାର ସମ୍ପୃକ୍ତି ରହିଛି ତାହାର ତଦନ୍ତ ଜାରି ରଖିଛି ବୋଲି ଏସପି ଶ୍ରୀ ବିବେକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.