ହିଂଜିଳିକାଟୁ ମ୍ୟୁନିସପାଲଟି କାଉନସିଲର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ

ହିଂଜିଳିକାଟୁ (୨୧ା୪) : ହିଂଜିଳିକାଟୁ ମ୍ୟୁନିସପାଲଟିର ସପ୍ତମ ସାଧାରଣ ବୈଠକ ଶନିବାର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇଙ୍କ ଅଧ୍ୟକ୍ଷତା କରିଥିଲେ । ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ମଂଚାସୀନ ଥିଲେ । ବୈଠକରେ ଅନ୍ୟ ୧୯ଜଣ ୱାର୍ଡ଼ ସଭ୍ୟାସଭ୍ୟ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଗତ ଦୁଇ ମାସ ର ଆୟଵ୍ୟୟ ଆଲୋଚନା କରି ପ୍ରସ୍ତାବମାନ ଗୃହୀତ ହୋଇଥିଲା। ନୂତନ ଭାବେ ଉଦଘାଟିତ ୪କଲ୍ୟାଣ ମଣ୍ଡପ ଦେୟ ସ୍ଥିର କରାଯାଇଥିଲା । ବନ୍ଧ ଗୁଡ଼ିକ ଗୁତା ପ୍ରଦାନ, ରାସ୍ତା ପାଶ୍ୱର୍ରେ ସିମେଂଟ ଚେୟାର ଗୁଡ଼ିକ ଭାଙ୍ଗି ଯାଉଥିବାରୁ ଏଗୁଡ଼ିକ ବଦଳରେ ଲୁହା ଚେୟାର, ବସ,କାର, ଅଟୋ ଇତ୍ୟାଦି ପାର୍କିଂ ଫିସ ବୃର୍ଦ୍ଧି ନିମନ୍ତେ ବୈଠକରେ ସ୍ଥିର କରାଯାଇଥିଲା । ଡ଼୍ରେନେଜ ଗୁଡ଼ିକ ବହୁ ବର୍ଷରୁ ସଫା ହୋଇନାହିଁ । ଏଗୁଡ଼ିକ ଉପରେ କଭର ପ୍ଲେଟ ସ୍ଥାପନ ହେତୁ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଡ଼୍ରେନ ସଫା ନିମନ୍ତେ ଏକ ଜେସିବି ମେସିନ କିଣିବା ନିମନ୍ତେ ନିଷ୍ପତି ହୋଇଛି । ଏଥି ସହ ଗତ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିବା ସମସ୍ତ କାର୍ଯ୍ୟକୁ ତୁରନ୍ତ କାର୍ଯ୍ୟକାରୀ ପାଇଁ ଆଲୋଚନା ହୋଇଥିଲା ।

ପରିଷଦର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାଉନସିଲ ବୈଠକ ପରେ ଜାତୀୟ ପଂଚାୟତ ପୁରସ୍କାର୨୦୨୩ରେ ହିଂଜିଳିକାଟୁକୁ ଦେଶର ଶ୍ରେଷ୍ଠ ବ୍ଳକ ଭାବେ ପୁରସ୍କାର ନିମନ୍ତେ ହିଂଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜାତୀୟ ପଂଚାୟତ ପୁରସ୍କାର ୨୦୨୩ରେ ନାନାଜୀ ଦେଶମୁଖ ସର୍ବୋତମ ପଂଚାୟତ ସତତ ବିକାଶ ପୁରସ୍କାର ଗଂଜାମ ଜିଲା ଦେଶର ଶ୍ରେଷ୍ଠ ଜିଲା ପରିଷଦ ଓ ହିଂଜିଳିକାଟୁ ଦେଶର ଷ୍ରେଷ୍ଠ ପଂଚାୟତ ସମିତି ଭାବେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଛି । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ଆଇଆଇସି ଅଭିମନ୍ୟୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଫଟୋ: ଜାତୀୟ ପଂଚାୟତ ପୁରସ୍କାର ପ୍ରାପ୍ତ ହିଂଜିଳିକାଟୁ ବିଡ଼ିଓଙ୍କୁ ସମ୍ବର୍ଦ୍ଧିନା ଓଗଏ-୨୦୨୩୦୪୨୧-ଡଇ୦୦୪୫

nis-ad
Leave A Reply

Your email address will not be published.