ଜ୍ଞାନପ୍ରଭା ମିଶନ ଆନୁକୁଲ୍ୟରେ ସାମାଜିକ ଓ ଆଧ୍ୟାତ୍ମିକ ସଚେତନତା ଶିବିର – “ପ୍ରଜ୍ଞାଧାରା”


ମାଲକାନଗିରି : ମାଲକାନଗିରି ଜିଲ୍ଲା ର S.S.D Higher Secondary School ରେ ତିନି ଦିନିଆ (୨୦.୪.୨୩ ରୁ ୨୨.୪.୨୩) ସାମାଜିକ ଓ ଆଧ୍ୟାତ୍ମିକ ସଚେତନତା ଶିବିର “ପ୍ରଜ୍ଞା ଧାରା” ଆୟୋଜିତ ହୋଇଅଛି। ଏହି ଶିବିରରେ ୫୦୦ ଜଣ ଛାତ୍ରୀ ଯୋଗଦାନ କରିଅଛନ୍ତି। ଏହି ଶିବିରର ମୂଖ୍ୟ ଉଦେଶ୍ୟ ଲୁପ୍ତ ହୋଇଯାଉଥିବା ଭାରତୀୟ ବୈଦିକ ସଂସ୍କୃତି ଓ ପରମ୍ପରା ର ପୁନଃ ଉତ୍ଥାନ କରି ନାରୀମାନଙ୍କ ଭିତରେ ଆତ୍ମଜାଗରଣ ସୃଷ୍ଟିକରିବା
ଏହି ଶିବିରକୁ ଜ୍ଞାନପ୍ରଭା ମିଶନର ସନ୍ନ୍ୟାସିନୀ ସ୍ବାମୀ ଜ୍ୟୋତ୍ତିର୍ମୟାନନ୍ଦ ଗିରି ଓ ସ୍ଵାମୀ ଦୁର୍ଗେଶାନନ୍ଦ ଗିରି ପରିଚାଳନା କରିଥିବା ବେଳେ ସନ୍ଧ୍ୟାରାଣୀ ଷଡ଼ଙ୍ଗୀ , ଦୁର୍ଗା ପ୍ରସାଦ ମହାପାତ୍ର, ପ୍ରମୁଖ ଯୋଗଦାନ କରି ନାରୀମାନଙ୍କ ଭିତରେ ଲୁପ୍ତ ହୋଇଯାଉଥିବା ଦୈବିକ ଶକ୍ତିକୁ ଜାଗ୍ରତ କରିବା ସହିତ ନାରୀ ରମଣୀ ନହୋଇ ଜନନୀର ସ୍ଥାନ ରେ ପ୍ରତିଷ୍ଠିତ ହେବାକୁ ପ୍ରେରଣା ଦେଇଥିଲେ । ଶିକ୍ଷୟିତ୍ରୀ କଲ୍ୟାଣୀ ପୃଷ୍ଟି ଙ୍କ ସହଯୋଗରେ ଏହି “ପ୍ରଜ୍ଞାଧାରା” ଶିବିର ଅନୁଷ୍ଠିତ ହୋଇଅଛି ।

nis-ad
Leave A Reply

Your email address will not be published.