ଭାରସାମ୍ୟ ହରାଇ ମାଣିକପୁର ଘାଟିରେ ଓଲଟିଲା ଅଟୋ, ୨ ମୃତ ଓ ୮ ଆହତ

ଗଜପତି: ଅଟୋ ଓଲଟି ୨ ମୃତ, ୮ ଆହତ । ଗଜପତି କେରେଡାଙ୍ଗରୁ ନୂଆଁଗଡ ଫେରୁଥିବା ବେଳେ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ପାଇକ ଅନ୍ତରଡା ନିକଟସ୍ଥ ମାଣିକପୁର ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ପୁରୁଷ ଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ ଖଜୁରୀପଦା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଦୁଇ ଗୁରୁତର ବ୍ୟକ୍ତିଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ମୃତକ ଡଲି କର ବଡପଦା ଗାଁର ହୋଇଥିବା ବେଳେ ଅନ୍ୟ ଜଣକ ନୂଆଁଗଡ ଗାଁର ବୋଲି ଜଣାପଡିଛି। ଅଟୋ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ମୃତକ ଡଲି ଅଟୋ ଡ୍ରାଇଭରଙ୍କ ସ୍ତ୍ରୀ ବୋଲି ଜମାପଡିଛି।

nis-ad
Leave A Reply

Your email address will not be published.